ସୂର୍ଯ୍ୟ କୁମାରଙ୍କ ବିସ୍ଫୋରକ ଶତକ, ୬୫ରନରେ ଜିତିଲା ଭାରତ

ମାଉଣ୍ଟ୍‌ ମୌଙ୍ଗନୁଇ: ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ବଳରେ ଭାରତର ବଡ଼ ବିଜୟ। ଦ୍ବିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬୫ରନରେ ହରାଇଲା ଭାରତ। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲା। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ଅଲ୍‌ଆଉଟ୍‌ କରିଥିଲା। ଭାରତ ୧୯୧/୬ ରନ ଜବାବରେ ନ୍ୟୁଜିଲାଣ୍ଡ ୧୨୬ରେ ଅଲଆଉଟ ହୋଇଯାଇଥିଲା। ହୁଦାଙ୍କୁ ୪, ଚହଲ ଓ ସିରାଜଙ୍କୁ ୨ଟି ଲେଖାଏଁ ୱିକେଟ ଦଖଲ। ପ୍ରଥମ ମ୍ୟାଚ ବାତିଲ ହୋଇଥିଲା, ୩ ମ୍ୟାଚ ସିରିଜରେ ଭାରତ ୧-୦ରେ ଆଗୁଆ।

ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ। ସେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ଟି-୨୦ ଫର୍ମାଟରେ ଏହା ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱିତୀୟ ଶତକ ହୋଇଥିବାବେଳେ ମାତ୍ର ୫୧ ବଲରୁ ସେ ୧୧୧ ରନର ଇନିଂସ ଖେଳିଛନ୍ତି, ଯେଉଁଥିରେ ୧୧ଟି ଚୌକା ଓ ୭ଟି ଛକା ସାମିଲ ରହିଛି । ମାଉଣ୍ଟ୍‌ ମୌଙ୍ଗନୁଇସ୍ଥିତ ଓଭାଲ ଷ୍ଟାଡିୟମରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିଥିଲା ସାରା ବିଶ୍ବ। ଏଠାରେ ସୂର୍ଯ୍ୟକୁମାର ନିଜର ପ୍ରଥମ ୫୦ ରନ୍ ୩୨ ବଲ୍‌ରେ ପୂରଣ କରିଥିଲେ। ତେବେ ଶେଷ ୧୯ ବଲରେ ୬୧ ରନ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ଶତକ ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସୂର୍ଯ୍ୟକୁମାର ଯାଦବ ୩୦ଟି ମ୍ୟାଚରୁ ୧୧୫୧ ରନ କରିଛନ୍ତି। ସେହିପରି ଈଶାନ କିଶାନ ୩୬, ହାର୍ଦ୍ଦିକ ପାଣ୍ଡ୍ୟା ୧୩ ଓ ଶ୍ରେୟସ ଆୟର ୧୩ ରନ କରିଥିଲେ।

prayash

ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ନିର୍ଦ୍ଧାରିତ ଓଭରରେ ୧୯୧ ରନ୍ କରିବାରେ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ୧୯୨ ରନର ପିଛା କରି ମାତ୍ର ୧୨୬ ରନ ସଂଗ୍ରହ କରିବା ପରେ ଅଲଆଉଟ ହୋଇଯାଇଥିଲା। ଭାରତ ଚଳିତ ଟି-୨୦ ଶୃଙ୍ଖଳାରେ ୧-୦ରେ ଅାଗରେ ରହିଛି। ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ ହୋଇଥିଲା ବେଳେ ତୃତୀୟ ତଥା ଶେଷ ଟି-୨୦ ଆସନ୍ତା ୨୫ ତାରିଖରେ ଖେଳାଯିବ।

kalyan agarbati

Comments are closed.