www.samajalive.in
Monday, December 15, 2025
17.1 C
Bhubaneswar

 ନୀତୀଶ ନା ସୁନ୍ଦର; କାହା ସ୍ଥାନ ନେବେ ବୁମ୍‌ରା

ଲର୍ଡସ: ଗୁରୁବାରଠାରୁ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଭାରତ ୩ୟ ଟେଷ୍ଟମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ରେ ପ୍ରମୁଖ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଖେଳିବା ନିଶ୍ଚିତ। ତେଣୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହୋଇପାରେ। ଏହି ମ୍ୟାଚ୍‌ରେ ଅଲ୍‌ରାଉଣ୍ଡର ସ୍ଥାନରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ। ବୁମ୍‌ରା ଖେଳିଲେ ପ୍ରସିଦ୍ଧ କୃଷ୍ଣ ବାଦ୍‌ପଡ଼ିବା ନିଶ୍ଚିତ। ତାଙ୍କୁ ଛାଡ଼ି ଦୁଇ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ଓ ନୀତୀଶ ରେଡ୍‌ଡୀଙ୍କ ମଧ୍ୟରୁ ଜଣେ ଦଳରୁ ବାଦ୍‌ପଡ଼ିବେ। ପ୍ରଥମ ଟେଷ୍ଟ ଭାରତ ହାରିବା ପରେ ଏଜ୍‌ବାଷ୍ଟନ ଟେଷ୍ଟରେ ବଡ଼ ବିଜୟ ସହ ଭାରତ ଶୃଙ୍ଖଳାକୁ ୧-୧ କରିଛି। ଲର୍ଡସର ପିଚ୍‌କୁ ଦେଖି ଭାରତ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ସାର୍ଦୁଳ ଠାକୁରଙ୍କୁ ସୁଯୋଗ ଦେଇପାରେ। ଫଳରେ ସୁନ୍ଦର ଓ ନୀତୀଶଙ୍କ ମଧ୍ୟରୁ ଜଣେ ବାହାରେ ବସିବେ।

ନିକଟ ଅତୀତରେ ଲର୍ଡସ ପିଚ୍‌ର ଆଚରଣ ଦେଖି ଭାରତକୁ ପୁଣି ଚୂଡ଼ାନ୍ତ ଏକାଦଶ ଗଠନକୁ ନେଇ ମାନସ ମନ୍ଥନ କରିବାକୁ ପଡ଼ିଛି। ପାରମ୍ପରିକ ଭାବେ ଲର୍ଡସ ପିଚ୍‌ ପେସ୍‌ ବୋଲିଂକୁ ସହାୟତା ଦେଇଆସିଛି। ତେବେ ମ୍ୟାଚ୍‌ ଆଗକୁ ବଢ଼ିବା ସହ ଏଥି​‌େ​‌ର ବ୍ୟାଟିଂ ସହଜ ହୋଇଥାଏ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ପ୍ରଥମ ୨ ଦିନରେ ଉଭୟ ଦଳର ପେସ୍‌ ବୋଲର ମିଳିତ ଭାବେ ୨୮ଟି ୱିକେଟ୍‌ ନେଇଥିଲେ। ହେଲେ ୩ୟ ଦିନରେ ୪ଟି ଓ ୪ର୍ଥ ଦିନରେ ମାତ୍ର ୩ଟି ୱିକେଟ୍‌ ପଡ଼ିଥିଲା। ଐଡେନ ମାର୍କରାମ ଶତକ ହାସଲକରି ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ। ତେଣୁ ୱାଶିଂଟନ ଓ ନୀତୀଶ ରେଡ୍‌ଡୀଙ୍କ ମଧ୍ୟରୁ ଜଣେ ଖେଳିବେ ଏବଂ ଅନ୍ୟ ସ୍ଥାନଟି ସାର୍ଦୁଳ ଠାକୁରଙ୍କୁ ମିଳିପାରେ। ୱାଶିଂଟନ ମୋଟ ୪୨ ରନ୍‌ କରିବା ସହ ବେନ୍‌ ଷ୍ଟୋକ୍‌ସଙ୍କ ୱିକେଟ୍‌ ନେଇଥିଲେ। ହେଲେ ପିଚ୍‌କୁ କାରଣରୁ ସୁନ୍ଦର ସ୍ଥାନ ହରାଇ ପାରନ୍ତି। ନୀତୀଶ ରେଡ୍‌ଡୀ ୨ଟି ଇନିଂସରେ ୧ ଓ ୨ ରନ୍‌ କରିବା ସହ ମୋଟ ୬ ଓଭର ବୋଲିଂ କରିଛନ୍ତି। ଲର୍ଡସ ଟେଷ୍ଟରେ ଅଲ୍‌ରାଉଣ୍ଡର ବିଭାଗରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ଭାରତୀୟ ଉପର ଅର୍ଡର ବ୍ୟାଟ୍‌ସମ୍ୟାନ ଚମତ୍କାର ଫର୍ମରେ ଅଛନ୍ତି।

- Advertisement -

ଅଧିନାୟକ ଶୁଭମନ ଗିଲ୍‌ ୩ଟି ଶତକ ସହ ସର୍ବାଧିକ ୫୮୫ ରନ୍‌ କରିଛନ୍ତି। ଋଷଭ ପନ୍ତ, କେ.ଏଲ୍‌. ରାହୁଲ ଓ ଯଶସ୍ବୀ ଜୟସୱାଲ ଶତକ ମାରିବା ସହ ୨୦୦ରୁ ଅଧିକ ରନ୍‌ କରିଛନ୍ତି। ଏହାକୁ ଦେଖି ଭାରତ ଅଲ୍‌ରାଉଣ୍ଡର ସ୍ଥାନରେ ପରିବର୍ତ୍ତନ କରିପାରେ। ୨ୟ ଟେଷ୍ଟର ୨ୟ ଇନିଂସକୁ ଛାଡ଼ି ଇଂଲଣ୍ଡ ଭଲ ବ୍ୟାଟିଂକରିଛି। ଏଜ୍‌ବାଷ୍ଟନ ଟେଷ୍ଟରେ ଉଭୟ ଦଳ ମିଶି ୪ଟି ଶତକ ସହ ମୋଟ ୧୬୯୨ ରନ୍‌ କରିଥିଲେ; ଭାରତ ଏଥିରୁ ୧୦୧୪ ରନ୍‌ କରିଥିଲା। ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ କେବଳ କରୁଣ ନାୟାର ବଡ଼ ସ୍କୋର୍‌ କରିନାହାନ୍ତି। ଏବେ ଦେଖିବାର କଥା ଯେ କରୁଣଙ୍କ ସ୍ଥାନରେ ଦୁଇ ଯୁବ ବ୍ୟାଟ୍‌ସମ୍ୟାନ୍ ସାଇ ସୁଦର୍ଶନ ଓ ଅଭିମନ୍ୟୁ ଈଶ୍ବରନ୍‌ଙ୍କ ମଧ୍ୟରୁ କେହି ଖେଳୁଛନ୍ତି ନା ନାହିଁ। ତେବେ କରୁଣଙ୍କ ଅଭିଜ୍ଞତା ତାଙ୍କ ସପକ୍ଷରେ ଅଛି। କରୁଣ ଅଦ୍ୟାବଧି ୦, ୨୦, ୩୧, ୨୬ ରନ୍‌ କରିଛନ୍ତି। ଗତ ୨ଟି ଟେଷ୍ଟରେ ପ୍ରସିଦ୍ଧ କୃଷ୍ଣ ଦଳକୁ ନିରାଶ କରିଛନ୍ତି। ପ୍ରଥମ ଟେଷ୍ଟ​‌େ​‌ର ପ୍ରସିଦ୍ଧ ଅଧିକ ରନ୍‌ ଦେଇଥିଲେ। ୨ୟ ଟେଷ୍ଟରେ ପ୍ରସିଦ୍ଧ ମୋଟ ୧୧୧ ରନ୍‌ ଦେଇ ଗୋଟିଏ ୱିକେଟ୍‌ ପାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories