ଇଂଲଣ୍ଡ ୨୮୪ ରନରେ ଅଲ ଆଉଟ୍ ; ଭାରତ ୧୬୩ ରନରେ ଆଗୁଆ
ବର୍ମିଂହାମ୍ : ଭାରତ-ଇଂଲଣ୍ଡ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ରେ ଭାରତୀୟ ଦଳର ପ୍ରାଧାନ୍ୟ ଜାରି ରହିଛି । ୨ୟ ଦିନର ଅସମାପ୍ତ ଖେଳ ୫ ୱିକେଟରେ ୮୪ରୁ ଇଂଲଣ୍ଡ ବ୍ୟାଟିଂ କରି ୨୮୪ ରନ କରି କରି ଅଲ ଆଉଟ୍ ହୋଇଯାଇଛି । ବେୟାରଷ୍ଟୋଙ୍କ ଶତକ ବଳରେ ଇଂଲଣ୍ଡ ଏହି ସ୍କୋର କରିବାକୁ ସକ୍ଷମ ହୋଇଛି। ସାମ ବିଲିଙ୍ଗସ ଦ୍ବିତୀୟ ସର୍ବାଧିକ ସ୍କୋରର ଭାବେ ୩୬ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ଓ ବୁମରା ୩ଟି ୱିକେଟ ନେଇଛନ୍ତି।
ସେହିପରି ଦ୍ବିତୀୟ ଇନିଂସ ଆରମ୍ଭ କରି ଭାରତ ୧୦ ଓଭର ସୁଦ୍ଧା ଗୋଟିଏ ୱିକେଟ ହରାଇ ୩୧ ରନ ସଂଗ୍ରହ କରିଛି । ଫଳରେ ମୋଟ ୧୬୩ ରନ୍ ଆଗୁଆ ରହିଛି। ତେବେ ମ୍ୟାଚ ଭାରତ ସପକ୍ଷରେ ଥିବା ବେଳେ ଭାରତ ଅଧିକ ଚାପ ସୃଷ୍ଟି କରି ପାରିବାର ଆଶା କରାଯାଉଛି।
Comments are closed.