ଜନଜାତି ବହୁଳ ଜିଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ ଦଶ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟର ଜନଜାତି ବହୁଳ ଜିଲ୍ଲା ମାନଙ୍କରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଅଛି।

ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲାଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବର୍ତ୍ତମାନ ସେମାନଙ୍କ ଦାବୀକୁ ସହୃଦୟତାର ସହ ବିଚାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କ ପାରିତୋଷିକ ୫୩୭୯ ଟଙ୍କାରୁ ଦଶ ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି ଏତଦବ୍ୟତୀତ ଯୋଗ୍ୟତା ଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ବହୁଭାଷୀ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.