www.samajalive.in
Sunday, December 14, 2025
17.1 C
Bhubaneswar

ଜିଲାରେ ବୃଦ୍ଧି ପାଉଛି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା

ସୁନ୍ଦରଗଡ଼ : ଅଧିକ ଲୁଣ, ଟ୍ରାନ୍ସ-ଫ୍ୟାଟ, ତୈଳ ଓ ଚର୍ବି ଜାତୀୟ ଖାଦ୍ୟର ଅଧିକ ବ୍ୟବହାର, ମାନସିକ ଚାପ ଓ ଅନ୍ୟାନ୍ୟ କାରଣରୁ ଜିଲାରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲାର ଚିକିତ୍ସା ବ୍ୟବସ୍ଥା ଯେତିକି ସୁଦୃଢ଼ ହୋଇ ଚାଲିଛି ରୋଗ ଓ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିବା ଘଟଣା ଚିନ୍ତାର ବିଷୟ ହୋଇଛି । ସଦର ବିଧାୟିକା କୁସୁମ ଟେଟେ ଆଜି ବିଧାନସଭାରେ ଜିଲା ଓ ବ୍ଲକରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଓ ତାର ନିରାକରଣ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୭-୧୮ରୁ ୨୦୨୨-୨୩ (୨୨-୩-୨୦୨୩ ସୁଦ୍ଧା) ଜିଲାରେ ୭ହଜାର ୧ଶହ ୨୩ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୨୨୩୬ଜଣ ପୀଡ଼ିତ ହୋଇ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧୧୩ଜଣ ଜୀବିତ ଅଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୭-୧୮ରେ ସମଗ୍ର ଜିଲାରେ ହୃଦଘାତ ରୋଗୀ ସଂଖ୍ୟା ୬୩୦ଥିବା ବେଳେ ୨୦୧୮-୧୯ ରେ ଏହା ୧୧୮୦, ୨୦୧୯-୨୦ରେ ୧୯୭୧, ୨୦୨୦-୨୧ରେ ୨୭୯୭, ୨୦୨୧-୨୨ରେ ୭୨୮୨ ଓ ୨୦୨୨-୨୩ (୨୨-୩-୨୦୨୩ ସୁଦ୍ଧା)୮୩୭୫ ଜଣ ହୃଦଘାତରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି ।

ଏହି ସଂଖ୍ୟା ଆକଳନରୁ ଜିଲାରେ ହୃଦଘାତ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାର ସ୍ପଷ୍ଟ ହୋଇଛି । ସେହିପରି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବାର ସ୍ପଷ୍ଟ ହୋଇଛି । ୨୦୧୭-୧୮ରେ ମୃତ୍ୟୁ ସଂଖ୍ୟା ୨୦୩ ଥିବା ବେଳେ ୨୦୧୮-୧୯ରେ ୩୮୦, ୨୦୧୯-୨୦ରେ ୬୩୪, ୨୦୨୦-୨୧ରେ ୯୦୦, ୨୦୨୧-୨୨ରେ ୨୩୪୩, ୨୦୨୨-୨୩ରେ ୨୬୨୩ ହୋଇଥିବାର ଜଣାପଡ଼ିଛି । ଏହାର ନିରାକରଣ ପାଇଁ ରାଜ୍ୟ ସରକାର ବ୍ଲକରୁ ଜିଲାସ୍ତର ପର୍ଯ୍ୟନ୍ତ ଅଧିକ ଲୁଣ ଓ ଚର୍ବି ଜାତୀୟ ଖାଦ୍ୟକୁ ବାରଣ କରିବା, ନିୟମିତ ବ୍ୟାୟାମ କରିବା ସହ ତମାଖୁ ଓ ମଦ୍ୟପାନରୁ ଦୂରେଇ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେବା ସହ ଚାପ ହ୍ରାସ କରିବା ପାଇଁ ଯୋଗ ଓ ଧ୍ୟାନ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଜିଲା ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଷ୍ଟାଟିନ୍‌, ସୋର୍ବାଇଟ୍ରେଟ୍ସ, ଆସ୍ପିରିନ, କ୍ଲୋପିଡୋଗ୍ରିଲ, ଟେନାକ୍ଟିପ୍ଲେଜ ଭଳି ଔଷଧ ଦିଆଯାଉଛି । ଏତବ୍ୟତୀତ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଜରିଆରେ ସ୍ବାସ୍ଥ୍ୟ ପ୍ରୋତ୍ସାହନ ପଦକ୍ଷେପ ଅଧିନରେ କ୍ରୀଡ଼ା ଓ ଶାରିରୀକ କାର୍ଯ୍ୟକଳାପକୁ ଉତ୍ସାହିତ କରାଯିବା ସହ ଯୋଗ ଓ ଧ୍ୟାନ ଅଧିବେଶନ ମଧ୍ୟ ଆୟୋଜିତ କରାଯାଉଛି ବୋଲି ଉତ୍ତର ଦିଆଯିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଓ ହୃଦୟ ରୋଗ ଚିକିତ୍ସା ପାଇଁ ଅନ୍ତର୍ବିଭାଗ ବ୍ୟବସ୍ଥା କରାଯିବା ସହ ସୁନ୍ଦରଗଡ଼ ଜିଲାରେ ପ୍ରତିଷ୍ଠିତ ନୂତନ ମେଡିକାଲ କଲେଜରେ ହୃଦରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି କରାଯାଇଛି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories