www.samajalive.in
Monday, December 15, 2025
14.1 C
Bhubaneswar

ସାମ୍ବାଦିକ ପରିଚୟରେ ଆତଙ୍କବାଦୀଙ୍କ ସଂଖ୍ୟା ବଢୁଛି

ଶ୍ରୀନଗର : ସାମ୍ବାଦିକ ପରିଚୟରେ ଥିବା ଆତଙ୍କବାଦୀ ରାୟିସ୍‌ ଅହମ୍ମଦ ଭଟ୍ଟଙ୍କୁ ସୁରକ୍ଷାକର୍ମୀ ହତ୍ୟା କରିଛନ୍ତି। ତା’ ନିକଟରେ ଥିବା ପରିଚୟପତ୍ରରେ ରାୟିସ ଏକ ନ୍ୟୁଜ୍‌ ପୋର୍ଟାଲର ମୁଖ୍ୟ ସମ୍ପାଦକ ବୋଲି ଉଲ୍ଲେଖ ଥିଲା। ମଙ୍ଗଳବାର ରାତିରେ ଶ୍ରୀନଗରର ରିନାୱାରୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଭଟ୍ଟଙ୍କର ମୃତ୍ୟୁ ହୋଇଥିଲାବେଳେ ତାଙ୍କ ସହଯୋଗୀ ହିଲାଲ ଅହମ୍ମଦ ରାହ୍‌ ମଧ୍ୟ ନିପାତ ହୋଇଛି। ଉଭୟ ଅନନ୍ତନାଗର ବିଜ୍‌ବେହାରା ନିବାସୀ ଏବଂ ଲସ୍କର-ଇ-ତଏବା ସଂଗଠନ ସଦସ୍ୟ।
ଏହାଦ୍ବାରା ଜାମ୍ମୁ-କାଶ୍ମୀରରେ ଗଣମାଧ୍ୟମ ଓ ଆତଙ୍କବାଦୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି। ପୂର୍ବରୁ ଏଭଳି ସମ୍ପର୍କର ଗନ୍ଧ ବାରିବା ପରେ ଗତ ବର୍ଷ ସୁରକ୍ଷାଗତ କାରଣ ଦର୍ଶାଇ ପୁଲିସ ଶ୍ରୀନଗର ପ୍ରେସ୍‌ କ୍ଲବକୁ ବନ୍ଦ କରିଦେଇଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଥିଲା। ରାୟିସ ନିୟମିତ ​‌ପ୍ରେସ୍‌ କ୍ଲବ୍‌କୁ ଯା’ଆସ କରୁଥିବା ପୁଲିସ ନିକଟରେ ଖବର ଥିଲା। ଗତ ଜାନୁୟାରୀରେ କର୍ମକର୍ତ୍ତା ନିର୍ବାଚନକୁ ନେଇ ​‌େ​‌ପ୍ରସ୍‌ କ୍ଲବ୍‌ ବିବାଦ ଚର୍ଚ୍ଚାକୁ ଆସିଥିଲା। ପରେ ଏଠାରୁ ଭାରତ ବିରୋଧୀ ପ୍ରଚାର କରାଯାଉଥିବାର ପ୍ରମାଣ ମିଳିବାରେ ଉପରାଜ୍ୟପାଳ ମନୋଜ ସିହ୍ନା କ୍ଲବ୍‌କୁ ଦିଆଯାଇଥିବା ସରକାରୀ ଜମି ଓ ଘରର ଅନୁମୋଦନ ବାତିଲ କରିଥିଲେ। କିଛି ଦିନ ପୂର୍ବେ ଅନ୍ୟ ଏକ ନ୍ୟୁଜ୍‌ ପୋର୍ଟାଲର ସମ୍ପାଦକ ଭାବେ ନିଜକୁ ପରିଚିତ କରାଇଥିବା ଫହଦ ଶାହାଙ୍କୁ ପୁଲିସ ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗିରଫ କରିଥିଲା। ଶାହାଙ୍କ ପୋର୍ଟାଲର ପ୍ରତିନିଧି ସାଜାଦ ଗୁଲ୍‌ ମଧ୍ୟ ଗିରଫ ହୋଇଛନ୍ତି। ଗତବର୍ଷ ଅଗଷ୍ଟରେ ଗ୍ରେନେଡ ଧରି ବୁଲୁଥିବା ସାମ୍ବାଦିକ ଆଦିଲ ଫାରୁକ ଗିରଫ ହୋଇଥିଲେ। ୨୦୨୦ରେ ଗହ୍ବର ଗିଲାନୀ ନାମକ ସାମ୍ବାଦିକଙ୍କୁ ଆତଙ୍କବାଦର ଗୌରବ ପ୍ରଚାର ଅଭିଯୋଗରେ ପୁଲିସ ଗିରଫ କରିଥିଲା। ମାନବାଧିକାର ପ୍ରବକ୍ତା ସାଜିଥିବା ସାମ୍ବାଦିକ ଖୁରାମ ପରଭେଜ୍‌ ମଧ୍ୟ ଏନ୍‌ଆଇଏ ଦ୍ବାରା ଗିରଫ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories