ଜୀବନ ବଞ୍ଚାଉଥିବା ଆମ୍ବୁଲାନ୍ସ ନେଇଗଲା ୩ ଜୀବନ- ଦ୍ରୁତଗତିରେ ଟୋଲ୍‌ ପ୍ଲାଜାରେ ମାଡ ହେବାପରେ ଘଟିଲା ଏହି ଅଘଟଣ

ବେଙ୍ଗାଲୁରୁ- କର୍ଣ୍ଣାଟକରେ ଦ୍ରୁତଗତିରେ ଯାଉଥିବା ଆମ୍ବୁଲାନ୍ସ ଧକ୍କା ଦେବା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ହୋନ୍ନାବର କୁଣ୍ଡାପୁର ନିକଟରେ ଥିବା ଟୋଲ ପ୍ଲାଜା ନିକଟରେ ଗୋଟିଏ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

prayash

ବର୍ଷା ହେଉଥିବା ସମୟରେ ଆମ୍ବୁଲାନ୍ସଟି ଅତି ଦ୍ରୁତ ଗତିରେ ଆସୁଥିଲା । ଟୋଲ୍‌ ପ୍ଲାଜାରେ ଥିବା କର୍ମଚାରୀମାନେ ରାସ୍ତାର ସମସ୍ତ ବାଧା ହଟାଇବା ସହ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତାଖାଲି କରୁଥିଲେ । ମାତ୍ର ଏହାର ଚାଳକ ନିୟନ୍ତ୍ରଣ ହରାଇଥିଲେ । ଘଟଣାସ୍ଥଳରେ ଟୋଲ୍‌ ପ୍ଲାଜା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା ।

 

ଏହି ଆମ୍ବୁଲାନ୍ସଟି ଏକ ବେସରକାରୀ ଡାକ୍ତରଖାନାର ହୋଇଥିବା ସୂଚନା ମିଳିଛି ।  ଏହି ଘଟଣାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି ।

Comments are closed.