www.samajalive.in
Saturday, December 6, 2025
14.1 C
Bhubaneswar

୧୪ ମାସରେ ୮ ଝିଅଙ୍କୁ ଜନ୍ମ ଦେଇଛନ୍ତି ୬୫ ବର୍ଷୀୟ ମହିଳା, ତଦନ୍ତ ଆରମ୍ଭ

ବିହାର ମୁଜାଫରପୁରରେ ଏଭଳି ଏକ ଦୁର୍ନୀତି ସାମ୍ନାକୁ ଆସିଛି ଯେଉଁଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧୀନରେ ମହିଳାମାନଙ୍କୁ କନ୍ୟା ସନ୍ତାନ ପ୍ରସବ ପାଇଁ ଦିଆଯାଉଥିବା ପ୍ରୋତ୍ସାହନରେ ଜଣେ ୬୫ ବର୍ଷୀୟା ମହିଳାଙ୍କୁ ୧୪ ମାସରେ ଆଠ ଜଣ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଯୋଗୁ ତାଙ୍କ ଆକାଉଣ୍ଟକୁ ଅର୍ଥ ରାଶି ସ୍ଥାନାନ୍ତର କରାଯାଇଛି। ଏକଥା ଖୋଦ ବିହାର ରାଜ୍ୟ ସରକାରଙ୍କ ରେକର୍ଡ କହୁଛି। ଘଟଣା ଜଣାପଡିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।

ମୁଜାଫରପୁର ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ କହିଛନ୍ତି ଯେ ଜନନୀ ସୁରକ୍ଷା ଯୋଜନାରେ ସମ୍ପୃକ୍ତ ବୃଦ୍ଧ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଏକ ଚାରିଜଣିଆ କମିଟି ଗଠନ କରାଯାଇଛି ଓ କମିଟି ଦୁଇ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ। ଯଦି ଘଟଣା ସତ ହୋଇଥାଏ ତେବେ ପ୍ରଶାସନିକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

- Advertisement -

ଜନନୀ ସୁରକ୍ଷା ଯୋଜନା ହେଉଛି ଏକ କେନ୍ଦ୍ରୀୟ ଯୋଜନା ଯେଉଁଥିରେ ପ୍ରସବ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯତ୍ନ ପାଇଁ ଅର୍ଥ ରାଶି ସହାୟତା ପ୍ରଦାନ କରାଯାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories