www.samajalive.in
Saturday, December 6, 2025
26.1 C
Bhubaneswar

ଏବେ ଭୁବନେଶ୍ବରରେ କରୋନା ସ୍ଥିତି ପିକ୍‌ରେ ରହିଛି-ବିଏମ୍‌ସି କମିଶନର

ଭୁବନେଶ୍ବର: ଗଲା ମାସରେ ଭୁବନେଶ୍ବରରେ ସେରୋଲୋଜିକାଲ୍‌ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ବଳ୍ପ ଆଣ୍ଟିବଡ଼ି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ବର କମ୍‌ ପ୍ରଭାବିତ ରହିଛି। ଏବେ ଭୁବନେଶ୍ବରରେ ଏକ ପ୍ରକାର ପିକ୍‌ରେ ରହିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆମକୁ ଅତି କମ୍‌ରେ ଆଉ ମାସଟିଏ ସୁରକ୍ଷିତ ରଖିବାକୁ ପଡ଼ିବ। ବର୍ତ୍ତମାନ ବହୁ ଗୁରୁତ୍ବପୂର୍ଣ୍ଣ ସମୟ, ସମସ୍ତଙ୍କୁ ନିୟମ ମାନିବାକୁ ଅନୁରୋଧ। ଭୁବନେଶ୍ବର ମହାନଗର ଅଞ୍ଚଳରେ ୪୦% ବେଡ୍‌ ଖାଲି ପଡ଼ିଛି। ଚିକିତ୍ସା ସୁବିଧା ଦେଖିଲେ ଆମେ ଭଲ ସ୍ଥିତିରେ ରହିଛୁ। ଏବେ ଭୁବନେଶ୍ବରରେ ୨୬୮୧ ଆକ୍ଟିଭ୍‌ କେସ୍ ରହିଛି। ଭୁବନେଶ୍ବରରେ ଅଗଷ୍ଟ ୩୧ ସୁଦ୍ଧା ଆକ୍ଟିଭ୍‌ କେସ୍‌ ୩ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଥିବାବେଳେ ସେପ୍ଟେମ୍ବର ୧୫ ବେଳକୁ ଏହା ୫ହଜାର ଟପିଥିବ ବୋଲି ଭୁବନେଶ୍ବରରେ କରୋନା ସ୍ଥିତି ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories