www.samajalive.in
Sunday, December 7, 2025
14.1 C
Bhubaneswar

୧୧କେଭି ବିଦ୍ୟୁତ ତାରରେ ହୁକ ପକାଇ ଜୀବଜନ୍ତୁ ହତ୍ୟା, ଜଙ୍ଗଲ ବିଭାଗ ନୀରବ

ବେଗୁନିଆ: ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ଉତ୍ତରପଟେ ଥିବା ସରକାରୀ କାଜୁ ଜଙ୍ଗଲରେ କିଛି ଅସାମାଜିକ ଆଦିବାସୀ ସମ୍ପ୍ରଦାୟର ଯୁବକ ଚଣ୍ଡିଆପଲା ଠାରୁ ଲେହଙ୍ଗ ରାସ୍ତାରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରେ ହୁକ ପକାଇ ଜଙ୍ଗଲୀ ଜନ୍ତୁ ବାରହା, ଠେକୁଆ ଏବଂ ବିଭିନ୍ନ ପ୍ରକାର ପକ୍ଷୀଙ୍କୁ ହାଇଭୋଲଟେଜ କରେଣ୍ଟ ମାଧ୍ୟମରେ ଶିକାର କରି ସେମାନଙ୍କର ମାଂସକୁ ଚଢା ଦରରେ ବିକ୍ରି କରୁଛନ୍ତିl ଏହି ରାସ୍ତା ଦେଇ ଡିଙ୍ଗର, ଚଣ୍ଡିଆପଲା ଏବଂ ଲେହଙ୍ଗ ଗ୍ରାମର ଗ୍ରାମବାସୀ ବେଗୁନିଆ ଯିବା ଆସିବା କରିଥାନ୍ତିl ଏହା ଏକ ଚାରଣ ଭୂମି ହୋଇଥିବା ଯୋଗୁଁ ଡିଙ୍ଗର, ଚଣ୍ଡିଆପଲା ଏବଂ ଲେହଙ୍ଗ ଗ୍ରାମର ଗୃହପାଳିତ ପଶୁ ଏଠାରେ ଦୈନିକ ଚରିବାକୁ ଆସିଥାନ୍ତିl କିନ୍ତୁ କିଛି ଅସାମାଜିକ ଯୁବକ ସନ୍ଧ୍ୟା ସମୟରେ ୧୧କେଭିରେ ହୁକ ପକାଇ ଜନ୍ତୁମାନଙ୍କୁ କରେଣ୍ଟ ଦେଇ ମାରିବା ପାଇଁ ବିଦ୍ୟୁତ ପ୍ରବାହିତ ତାର ବିଛାଉଥିବାବେଳେ ସେହି ଖୁଣ୍ଟରେ ଥିବା ଏକ ଡିସ୍କ ଫାଟିଯିବାରୁ ଦୁଇଦିନ ହେଲା ଡିଙ୍ଗର ଗ୍ରାମବାସୀ ଅନ୍ଧାରରେ ଅଛନ୍ତିl

ନିକଟରେ ଥିବା ଏକ ପୋଖରୀକୁ ଭୋର ସମୟରେ ଗ୍ରାମର ଲୋକମାନେ ଗାଧୋଇବାକୁ ଯାଉଥିବାବେଳେ ଜୀବ ଜନ୍ତୁଙ୍କୁ ମାରିବା ପାଇଁ ବିଛା ହୋଇଥିବା ତାରରେ ଛନ୍ଦି ହୋଇ କେତେଜଣ ତଳେ ପଡିଯାଇଥିଲେl କିନ୍ତୁ ଡିସ୍କ ଫାଟି ଗ୍ରାମରେ ବିଦ୍ୟୁତ ନଥିବା ଯୋଗୁଁ ଲୋକମାନେ ରକ୍ଷା ପାଇଯାଇଥିଲେl ଏହି ଘଟଣା ପରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ସମ୍ପୃକ୍ତ ଅସାମାଜିକ ଯୁବକମାନଙ୍କୁ ଏପରି ନକରିବା ପାଇଁ ବାରଣ କରିବାରୁ ସେମାନେ ଓଲଟା ଗ୍ରାମବାସୀଙ୍କୁ ଧମକ ଚମକ ଦେଉଛନ୍ତିl ଗତ ୨୦ ତାରିଖ ଦିନ ରାତିରେ ଏକ ବାରହା ମାରି ତାର ମାଂସକୁ ବିକ୍ରି କରିଥିବାର ଜଣାପଡିଛିl ଏ ସଂକ୍ରାନ୍ତରେ ସ୍ଥାନୀୟ ଫରେଷ୍ଟରଙ୍କୁ ଡିଙ୍ଗର ଗ୍ରାମର ଲୋକମାନେ ବାରମ୍ବାର ଜଣାଇଥିଲେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ କର୍ଣପାତ କରୁନାହାଁନ୍ତିl

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories