ମତଦାନ ପରେ କଥା କଟାକଟି ଗୋଷ୍ଠୀ ସଂଘର୍ଷ,ଦୋକାନ ଓ ଗାଡି ପୋଡ଼ିଦେଲେ ଦୁର୍ବୃତ୍ତ
ବଡ଼ମ୍ବା- ବଡ଼ମ୍ବା ରତାପାଟ ଗ୍ରାମରେ ରବିବାର ଅପରାହ୍ନରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖା ଦେଇଛି । ନିର୍ବାଚନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି । କଥା କଟା କଟି ପରେ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲ । ଦୁର୍ବୃତ୍ତମାନେ ଦୁଇଟି ଦୋକାନ ଏବଂ ଗୋଟିଏ ଟାଟା ଏସି ଗାଡିକୁ ଜାଳି ଦେଇଛନ୍ତି ।
ଖବରପାଇ ଅଗ୍ନିଶମ ବିଭାଗ ଏବଂ ଦୁଇ ପ୍ଲାଟୁନ ସଶସ୍ତ୍ର ପୁଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁ ଲିଭାଇବା ସହ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିପାରିଥିବା ଆଇଆଇସି ନିରଞ୍ଜନ ଦାସ କହିଛନ୍ତି । ଦୁଇଟି ରାଜନୈତିକ ଦଳକ ସମର୍ଥକଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଛି । ସ୍ଥିତି ଏବେ ଉତ୍ତେଜନା ପୂର୍ଣ୍ଣ ଥିବା ପୋଲିସ ସୂଚନା ଦେଇଛି । ଦୁର୍ବୃତ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed.