ତେନ୍ତୁଳି ଖାଇବାକୁ ବହୁ ଲୋକଙ୍କୁ ପସନ୍ଦ। ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରିବା ଦ୍ୱାରା ତାହା ସ୍ୱାଦିଷ୍ଟ ହୋଇଥାଏ। ଏହା ଖାଦ୍ୟକୁ ଯେତେ ସ୍ୱାଦିଷ୍ଟ କରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ ଉପକାରୀ। ଆସନ୍ତୁ ଜାଣିବା ତେନ୍ତୁଳିର ଉପକାରିତା ଗୁଣ ବିଷୟରେ….
ଏଥିରେ ଭିଟାମିନ ଓ ମିନେରାଲ ବହୁ ପରିମାଣରେ ରହିଛି। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
ଥଣ୍ଡା କାରଣରୁ ଗଳାରେ ଯନ୍ତ୍ରଣା ହେଉଥିଲେ କିମ୍ବା ଏହି ଯନ୍ତ୍ରଣା କାରଣରୁ କଥା କହିବାରେ ସମସ୍ୟା ସୃଷ୍ଟି ହେଲେ ତେନ୍ତୁଳି ପାଣି ପିଇଲେ ଏଥିରୁ ମୁକ୍ତି ମିଳେ।
ଏକ ଗ୍ଲାସ ଉଷୁମ ପାଣିରେ ଅଳ୍ପ ତେନ୍ତୁଳି ରସ ପକାଇ ଏହାକୁ ପିଅନ୍ତୁ। ଏପରି କରିବା ଦ୍ୱାରା ଥଣ୍ଡା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।
ଭୋକ ନହେବା ଯଦି ଆପଣଙ୍କ ପାଇଁ ଏକ ସମସ୍ୟା ପାଲଟିଛି, ତେବେ ତେନ୍ତୁଳି ରସରେ ଅଳ୍ପ କଳାଲୁଣ ମିଶାଇ ଏହାକୁ ପିଅନ୍ତୁ। ଏପରି କରିବା ଦ୍ୱାରା ସଠିକ ସମୟରେ ଭୋକ ହୋଇଥାଏ। ଏହା ଖାଦ୍ୟ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ।
ପ୍ରତିଦିନ ଅଳ୍ପ ତେନ୍ତୁଳି ରସ ପିଇବା ଦ୍ୱାରା ଏହା ଆମ ଶରୀରର ବର୍ଜ୍ୟବସ୍ତୁ ବାହାର କରିଥାଏ।
ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ ଉପକାରୀ। ତେନ୍ତୁଳିରେ ଥିବା ପୋଟାସିୟମ ରକ୍ତରେ ଥିବା ସୋଡ଼ିୟମ ମାତ୍ରାକୁ କମ କରିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରିତ ହୋଇ ରହେ।
ସ୍ୱାସ୍ଥ୍ୟ ଉପକାରୀ ତେନ୍ତୁଳି
Popular Categories



