ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଆସିଲା ପ୍ରଥମ ଫଟୋ

ଡେସ୍କ: ଆଜି ସନ୍ଧ୍ୟା ୬ଟା ୪ ମିନିଟ ସମୟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଲ୍ୟାଣ୍ଡର ପ୍ରଥମ ଫଟୋ ପ୍ରେରଣ କରିଛି। ସନ୍ଧ୍ୟା ୯ଟା ୨୩ ମିନିଟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ପକ୍ଷରୁ ଏହି ଫଟୋ ଟ୍ୱିଟ କରାଯାଇଛି। ଏଥିରେ ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳୀର ଫଟୋ ଦୃଶ୍ୟମାନ ହେଉଛି ଯେଉଁଥିରେ ଚନ୍ଦ୍ରଯାନ-୩ର ଗୋଡର ଛାଇ ମଧ୍ୟ ଦେଖାଯାଉଛି।


ଫଟୋରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଚନ୍ଦ୍ରଯାନ-୩ ଅବତରଣ କରିବା ପାଇଁ ସମତଳ ସ୍ଥାନ ନିରୂପଣ କରିଛି। ଇତି ମଧ୍ୟରେ ଲ୍ୟାଣ୍ଡର’ର ୩ ନମ୍ବର ଚ୍ୟାନେଲ ସହ ବେଙ୍ଗାଲୁରୁ ସ୍ଥିତ MOX-ISTRACର ଯୋଗାଯୋଗ ସ୍ଥାପନ ସଫଳ ହୋଇଥିବା ଇସ୍ରୋ ଟ୍ୱିଟ କରିଛି।

Comments are closed.