www.samajalive.in
Monday, December 8, 2025
17.1 C
Bhubaneswar

ଜାତୀୟ ରାଜପଥ କଡ କନିଷି ସ୍ଥିତ ୟୁକୋ ବ୍ୟାଙ୍କ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନସ୍ଥ ଜାତୀୟ ରାଜପଥ କଡ ତଥା  କନିଷି ହାଟ ଅଞ୍ଚଳରେ ଥିବା ୟୁକୋ ବ୍ୟାଙ୍କର ଏଟିଏମ ମେସିନକୁ ଲୁଟେରା ଦଳ ଗ୍ୟାସ କଟର ସାହାଯ୍ୟରେ କାଟି  ଲକ୍ଷାଧିକ ଟଙ୍କା ଲୁଟି ନେଇ  ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଏହି ଥାନା ଅନ୍ତର୍ଗତ କନିସି ହାଟ ଠାରେ ଥିବା ୟୁକେ ବ୍ୟାଙ୍କର ଏଟିଏମକୁ ମଧ୍ୟରାତ୍ରର ସାଢେ଼ ୨ ଟା ରୁ ୩ ଟା ମଧ୍ୟରେ ଦୁର୍ବୃତ୍ତ ମାନେ ପଶି ମେସିନକୁ ଗ୍ୟାସ କଟର ସାହାଯ୍ୟରେ କାଟି ଦେଇ ମେସିନରେ ଥିବା  ଚାରୋଟି lଟ୍ରେରୁ  ୫ ଲକ୍ଷ ୭୩ ହଜାର ୩ ଶହ ଟଙ୍କା ଲୁଟି ନେଇ ଚମ୍ପଟ ମାରି ଥିଲେ। ଦୁର୍ବତ୍ତ ମାନେ ଏଟିଏମ୍ ପରିସରରେ ଆସିବା ପୂର୍ବରୁ ସତର୍କତାର ସହ ଏଟିଏମ୍ ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଳା ରଙ୍ଗର ସ୍ପ୍ରେ ମାରି ଭିତରେ ପସିଥିବା ଫୁଟେଜରେ କୟଦ ହୋଇଥିବା ଜଣାପଡିଛି।
ଆଜି ସକାଳେ ୟୁକୋ ବ୍ୟାଙ୍କର କର୍ମଚାରୀ ମାନେ ଏଟିଏମ ସଟର ବନ୍ଦ ହୋଇଥିବା ଦେଖି ପରେ କର୍ମଚାରୀ ମାନେ ଖୋଲି ଦେଖିବା ବେଳେ ଏଟିଏମ ଭାଙ୍ଗାଯାଇ ଲୁଟ ହୋଇଥିବା  ଦେଖିବାକୁ ପାଇଥିଲେ। ଘଟଣା ନେଇ ବ୍ୟାଙ୍କ ସହକାରୀ ଶାଖା ପରିଚାଳକ ଶିବ ରାମ ପଣ୍ଡା ଟଙ୍କା ଲୁଟ ହୋଇଥିବା ନେଇ ଆଜି  ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଅନ୍ୟ ଅଧିକାରୀ ସାଇଣ୍ଟି ଫିକ ଟିମ ଘଟଣା ସ୍ଥଳରେ ପହଂଚି  ସେଠାରୁ ସାଇଣ୍ଟିଫିକ ଟିମ ନମୁନା ସଂଗ୍ରହ କରିଛି। ଏଟିଏମ ରେ ଲାଗିଥିବା ସିସି କେମେରା ରେ ଦୁଇ ଜଣ ଲୁଟେରା ଧଳା କାର ରେ ଆସି ପ୍ରଥମେ ସିସି କେମେରା ରେ କଳା ସ୍ପ୍ରେରେ କରିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତ ଜାଣିବାକୁ ପାଇଛି। ମାମଲା ନେଇ ଥାନା ରେ ୩୨୫/୨୪ ରେ ପୋଲିସ ମାମଲା ରୁଜୁ କରିଛି l ଜାତୀୟ ରାଜ ପଥ ଓ ସ୍ଥାନୀୟ ଆଖ ପାଖ ଅଞ୍ଚଳ ସିସି ଫୁଟେଜ କୁ ଯାଞ୍ଚ କରୁଛି ଓ କିଛି ସିସି ଫୁଟେଜ ପୋଲିସ ହାତ ରେ ଲାଗିଥିବା ଜଣାପଡିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories