www.samajalive.in
Saturday, December 6, 2025
14.1 C
Bhubaneswar

ଏଣିକି ଆଇଫୋନ୍‌ ଚଲାଇବା ହେବ ମହଙ୍ଗା, ପ୍ରତି ମାସ ଦେବାକୁ ପଡ଼ିବ ୧୬୦୦ ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଆଗାମୀ ଦିନରେ ଆଇଫୋନ୍ ବ୍ୟବହାର ମହଙ୍ଗା ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ, ଆପଲ୍‌ ପକ୍ଷରୁ ଆପଲ୍ ଇଣ୍ଟେଲିଜେନ୍ସ ଫିଚର୍ ପାଇଁ ପ୍ରତି ମାସ ୨୦ ଡଲାର୍ ଅର୍ଥାତ୍ ପ୍ରାୟ ୧୬୦୦ ଟଙ୍କା ଅତିରିକ୍ତ ଭାବେ ଆଦାୟ କରାଯିବ। ଏଥିସହ ଆଇଫୋନ୍ ୧୬ର ମୂଲ୍ୟ ପୂର୍ବାପେକ୍ଷା ଢେର ଅଧିକ ହେବ ବୋଲି ଆଶା କରାଯାଉଛି। ତେଣୁ ଆଇଫୋନ୍ ଚଲାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।

ଆପଲର ଆଗାମୀ ସ୍ମାର୍ଟଫୋନ୍‌ ସିରିଜ୍‌ iPhone 16ରେ ଏଆଇ ଫିଚର୍ ଦିଆଯାଇପାରେ। ଏଥିସହ ପୁରୁଣା iPhone 15 ସିରିଜରେ ମଧ୍ୟ ଏଆଇ ଫିଚର୍‌ ସପୋର୍ଟ ଦିଆଯାଇପାରେ। ଏହି ଦୁଇଟି ସ୍ମାର୍ଟଫୋନ୍ ସିରିଜ୍ ଚଲାଇବା ମହଙ୍ଗା ହେବାକୁ ଯାଉଛି। ବିଶେଷଜ୍ଞଙ୍କ କହିବାନୁସାରେ, ଆପଲ୍‌ ଇଣ୍ଟେଲିଜେନ୍ସ ଫିଚରକୁ ଧୀରେଧୀରେ ଲାଗୁ କରାଯିବ। ଏଥିପାଇଁ କମ୍ପାନୀ ପକ୍ଷରୁ ସବସ୍କ୍ରିପସନ୍ ଦେୟ ଆଦାୟ କରାଯାଇପାରେ। ଆପଲ୍ ପକ୍ଷରୁ ନିର୍ଦ୍ଦିଷ୍ଟ ଉନ୍ନତ ଆପ୍‌ ପାଇଁ ୨୦ ଡଲାର ଦେୟ ଆଦାୟ କରାଯାଇପାରେ।

- Advertisement -

ବିଶେଷଜ୍ଞଙ୍କ ଅନୁଯାୟୀ, ଆପଲର ସବସ୍କ୍ରିପସନ୍ ବହୁତ ମହଙ୍ଗା ହେବାକୁ ଯାଉଛି। ଆପଲ୍ ପକ୍ଷରୁ ଆପଲ୍ ୱନ୍ ସବସ୍କ୍ରିପସନ୍ ୧୯.୯୫ ଡଲାରରେ ଦିଆଯାଉଛି। ଏଆଇ ଇଣ୍ଟେଲିଜେନ୍ସ ସବସ୍କ୍ରିପସନ ପାଇଁ ୧୦ରୁ ୨୦ ଡଲାର ଲାଗୁ କରାଯାଇପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories