ଢେଙ୍କାନାଳ ସଦର :ଢେଙ୍କାନାଳ ଜିଲା କପିଳାସ ପ୍ରାଣୀଉଦ୍ୟାନ ପ୍ରାଙ୍ଗଣରେ ଆଜି ୧୩ ତମ ବିଶ୍ଵ ହାତୀ ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ର ରେ ୪ଟି ହାତୀ ଥିବାବେଳେ ଗୋଟିଏ ବଡ ହାତୀ ରାକେଶ ଏପର୍ଯ୍ୟନ୍ତ ସମ୍ପୂର୍ଣ ନିୟନ୍ତ୍ରଣକୁ ଆସିନଥିବାରୁ ଅନ୍ୟ ୩ ହାତୀ ଯଥା ପଦ୍ମା, ଶ୍ୟାମା, ଶିବାଙ୍କୁ ଚନ୍ଦନ, ସିନ୍ଦୁରରେ ଚିତା ଲଗାଇ ସେମାନଙ୍କ ଉପରେ ଫୁଲ ପକାଇ ପୂଜାର୍ଚ୍ଚନା କରି ପ୍ରାଣୀ ଉଦ୍ୟାନ ପରିସରରେ ବୁଲାଯାଇଥିଲା । ହାତୀ ମାନଙ୍କୁ କଦଳୀ, ସେଓ, ନଡ଼ିଆ ଆଦି ଖାଇବାକୁ ଦିଆଯାଇଥିଲା ।
ପ୍ରାଣୀ ଉଦ୍ୟାନ ପରିସରରେ ଆସିଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଆର୍କର୍ଷଣୀୟ ହୋଇଥିଲା। ହାତୀ ମାନେ ମଧ୍ୟ ପର୍ଯ୍ୟଟକମାନଙ୍କୁ ଉତ୍ସାହିତ କରିବାର ଦେଖାଯାଇଥିଲା । ପ୍ରାରମ୍ଭରେ କପିଳାସ ରେଞ୍ଜ ପରିସରରେ ସହକାରୀ ବନ ସଂରକ୍ଷକ ସତ୍ୟନାରାୟଣ ସାହୁ , କପିଳାସ ରେଞ୍ଜ ଅଧିକାରୀ ତରୁଣ କୁମାର ମହାନ୍ତି, ଡାକ୍ତର ଅସିତ ଚକ୍ରବର୍ତ୍ତୀ, ବାୟୋଲୋଜିଷ୍ଟ ଆଲୋକ ନାୟକ ଏବଂ ସମସ୍ତ ହାତୀ ସ୍କ୍ୱାର୍ଡ ଓ ବନକର୍ମଚାରି ପ୍ରମୁଖ ଆଜିର ବିଶ୍ଵ ହାତୀ ଦିବସ ଅବସରରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ଅବସର ରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ଗଣମାଧ୍ୟମ କୁ ବାର୍ତ୍ତା ଦେଇ କହିଛନ୍ତି ଗୈାରବର କଥା ଆମ ଜିଲା ରେ ହାତୀ ମାନଙ୍କ ସଂଖ୍ୟା ରାଜ୍ୟ ରେ ସବୁଠୁ ଅଧିକା ପରିବେଶ ସନ୍ତୁଳନ ଓ ଜୈବ ବିବିଧତା ପାଇଁ ହାତୀ ମାନଙ୍କ ଆବଶ୍ୟକତା ରହିଛି । ମଣିଷ ଏବଂ ହାତୀ ଅଭୁତ ସମ୍ବନ୍ଧ । ହାତୀଙ୍କ ସୁରକ୍ଷା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ।



