www.samajalive.in
Sunday, December 14, 2025
23.1 C
Bhubaneswar

ହରଭଙ୍ଗା ଚାରିଛକରେ ରାସ୍ତାରେ ସୃଷ୍ଟି ହୋଇଛି ମୃତ୍ୟୁର ଫାଶ!

ହରଭଙ୍ଗା: ହରଭଙ୍ଗା – ଚାରିଛକ ପୂର୍ତ୍ତ ରାସ୍ତାର କଙ୍କଡାପଥର ପୋଲ ଉପରେ ସୃଷ୍ଟି ହୋଇଥିବା ବଡ଼ ଗର୍ତ୍ତ ଏବେ ପଥଚାରୀଙ୍କ ପାଇଁ ମୃତ୍ୟୁର ଫାଶ ସୃଷ୍ଟି କରିଛି। ହରଭଙ୍ଗା ଠାରୁ ଚାରିଛକ ଦୀର୍ଘ ୨୨ କିଲୋମିଟର ରାସ୍ତାରେ ପ୍ରତିଦିନ ଶହ ଶହ ଭାରିଯାନ ଚଳା ଚଳ ଯୋଗୁଁ ରାସ୍ତାଟି ଖାଲଖମାରେ ପରିଣତ ହୋଇଛି। ଏପରିକି ରାସ୍ତାର କଙ୍କଡାପଥର ପୋଲ ଉପରେ ବିରାଟ ଗର୍ତ୍ତ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି। ଗତ କିଛି ମାସତଳେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ନଜରକୁ ଆସିଛି। ଏଣୁ ରାସ୍ତା ଉପରେ ସୃଷ୍ଟି ହୋଇଥିବା ଗର୍ତ୍ତ ମରାମିତି ସହ ଉକ୍ତ ରାସ୍ତାର ଉର୍ନ୍ନତିକରଣ ଦିଗରେ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories