www.samajalive.in
Sunday, December 7, 2025
26.1 C
Bhubaneswar

ସ୍ନାତକ ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ

ନାକଟିଦେଉଳ: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମେତ ସମ୍ବଲପୁର ଜିଲାପାଳଙ୍କ ନିର୍ଦେଶକ୍ରମେ ସମ୍ବଲପୁର ଜିଲା ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ନିଶାମୁକ୍ତ ଭାରତ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ସ୍ନାତକ ମହାବିଦ୍ୟାଳୟ ପରିସରରେ ଏହି ଅବସରରେ ଏକ ସଚେତନତା ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଜାତୀୟ ଯୁବ ଦିବସ ମଧ୍ୟ ପାଳନ କରାଯାଇଥିବାବେଳେ ଏଥିରେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ୟୁଥ୍ ରେଡ଼କ୍ରସର ସଂଯୋଜକ ତଥା ଇତିହାସ ବିଭାଗ ଅଧ୍ୟାପକ ଦେବେଶ ବିଶ୍ୱାଳ, ଶିକ୍ଷା ବିଭାଗ ଅଧ୍ୟାପକ ଶେଷଦେବ ବିଶ୍ୱାଳ, ଇଂରାଜୀ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଏବଂ ଏନସିସି ଅଫିସର ହିମାଂଶୁ କୁମାର ବାରିକ ପ୍ରମୁଖ ଯୋଗଦେଇ ସରକାରଙ୍କ ନିଶାମୁକ୍ତ ଭାରତ ଗଠନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ନିଶା ସେବନର ଅପକାରିତା ସଂପର୍କରେ ଆଲୋଚନା କରିଥିଲେ। ନିଶା ଏକ ସାମାଜିକ ବ୍ୟାଧି ବୋଲି ଅତିଥିମାନେ ପ୍ରକାଶ କରି ନିଶା ସେବନ ଦ୍ୱାରା ସଂପ୍ରତି ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ଆଲୋକପାତ କରି ଏଥିରୁ ସମସ୍ତେ ନିବୃତ ରହି ନିଜର ପରିବାର ଏବଂ ସମାଜକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଶା ସେବନରୁ ଦୂରେଇ ରହି ସମ୍ବଲପୁର ଜିଲାକୁ ନିଶାମୁକ୍ତ ଜିଲାଭାବେ ଗଢି ତୋଳିବାକୁ ଶପଥ ନେଇଥିଲେ। ଶେଷରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ପୁଷ୍ପାଞ୍ଜଳି ରବଣା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ନାତକ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories