www.samajalive.in
Thursday, December 11, 2025
15.1 C
Bhubaneswar

ଜମିକୁ କେନାଲ ପାଣି ନମାଡିବାରୁ ଚାଷୀ ଅସନ୍ତୋଷ

ପିପିଲି:ପୁରୀ ଜିଲା ପିପିଲି ତହସିଲ ଅଧିନସ୍ଥ ଦାଣ୍ଡମୁକୁନ୍ଦପୁର ଠାରୁ ବନ୍ତଳସିଂହକୁ ଯାଇଥିବା ଶାଖା କେନାଲରୁ ବାହାରିଥିବା ପ୍ରଥମ ବାମପାର୍ଶ୍ବ ପାଣିନାଳକୁ ଅବରୋଧ କରାଯିବାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚକବନ୍ଦୀ ହେବା ପରଠାରୁ ୧୯୮୫ ମସିହାରୁ ସେହି ପାଣିନାଳ ଦେଇ ଶହେ ଏକରରୁ ଉର୍ଦ୍ଧ ଚାଷଜମିକୁ କେନାଲ ପାଣି ମାଡୁଥିବା ବେଳେ ଦୀର୍ଘ ୩୯ ବର୍ଷ ପରେ ଉକ୍ତ ପାଣିନାଳକୁ ଅବରୋଧ କରାଯିବା ଯୋଗୁଁ ଏହା ଉପରେ ନିର୍ଭର କରୁଥିବା ଚାଷୀମାନେ ନିଜର ଫସଲର ଭବିଷ୍ୟତକୁ ନେଇ ସଙ୍କଟରେ ପଡିଛନ୍ତି।

ଅଭିଯୋଗ ଅନୁଯାୟୀ, ଦାଣ୍ଡମୁକୁନ୍ଦପୁର ଦେଇ ଯାଇଥିବା ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲରୁ ବାହାରିଥିବା ବନ୍ତଳସିଂହ ସବ୍‌‌ମାଇନର ର ପ୍ରଥମ ବାମପାଶ୍ୱର୍ ପାଣିନାଳକୁ ଅବରୋଧ କରି ଦିଆଯାଇଛି। ଫଳରେ ସେହି ପାଣିନାଳ ଦେଇ କେନାଲ ଜଳ ଆଉ ଚାଷ ଜମିରେ ମାଡୁନାହିଁ। ଉକ୍ତ ପାଣିନାଳ ପାଖରେ ଥିବା ଜମିମାଲିକଙ୍କ ପ୍ଲଟ୍‌‌ର ନକ୍ସାରେ ପାଣିନାଳ ନଥିବାରୁ ସେ ପାଣିନାଳକୁ ବନ୍ଦ କରି ଦେଇଛନ୍ତି।

- Advertisement -

ନକ୍ସାର ଯେଉଁ ପ୍ଲଟ୍‌‌ରେ ପାଣିନାଳ ରହିଛି ତାହା ଉପରେ ଏକ ଘର ରହିଥିବା ବେଳେ ଉକ୍ତ ପ୍ଲଟ୍‌‌ ପଛପାଶ୍ୱର୍ରେ ଥିବା ସରକାରୀ ଜମି ଜବରଦଖଲରେ ରହିଛି। ଫଳରେ ଚାଷଜମିକୁ ପାଣିନାଳ ଯିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏଥିଯୋଗୁଁ ଉକ୍ତ ପାଣିନାଳ ଉପରେ ନିର୍ଭରଶୀଳ ଶତାଧିକ ଚାଷୀଙ୍କ ଜମିକୁ କେନାଲ ପାଣି ମାଡିପାରୁନାହିଁ। ବର୍ଷାଋତୁରେ ବିଲ ରୁଆ ହେଲେ ମଧ୍ୟ ଧାନ ଥୋଡ ବାହାରିଲା ବେଳକୁ ପାଣିର ଆବଶ୍ୟକତା ଥିବାରୁ ଚାଷୀ ଭାଳେଣୀରେ ପଡିଛି। ଏ ସଂପର୍କରେ ଚାଷୀମାନେ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବା ପରେ ରାଜସ୍ୱ ନିରୀକ୍ଷକ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଚାଷୀଙ୍କ ଜମିକୁ ଅନ୍ୟ ଏକ ବିକଳ୍ପ ବାଟଦେଇ ପାଣିନାଳ ନିଆଗଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଅଗ୍ରଣୀ ଚାଷୀ ତଥା ଶିକ୍ଷାବିତ୍‌‌ ସନ୍ତୋଷ କୁମାର ମିଶ୍ର କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories