www.samajalive.in
Monday, December 15, 2025
15.1 C
Bhubaneswar

ଟାଉନ ଥାନା ସମ୍ମୁଖରେ ବେଆଇନ ଭାରିଯାନ ପାର୍କିଂ

କେନ୍ଦୁଝରଗଡ଼ : ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ପୁଲିସ କାର୍ଯ୍ୟରତ ଥିବାବେଳେ ପୁଲିସର କାର୍ଯ୍ୟଶୈଳୀ ଯୋଗୁଁ ଯଦି ସାଧାରଣ ଲୋକେ ବିପଦର ସମ୍ମୁଖୀନ ହୁଅନ୍ତି ତାହାଲେ ଲୋକେ କାହାକୁ ଗୁହାରୀ କରିବେ ବୋଲି ଗତ କିଛିମାସ ଧରି କେନ୍ଦୁଝର ସହରରେ ଚର୍ଚ୍ଚାର ବିଷୟ ହୋଇଛି । ବାଡ ଯଦି କ୍ଷେତ ଖାଏ ନ୍ୟାୟରେ କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ଭାରୀଯାନକୁ ଜବତ କରାଯାଇ ପରବର୍ତ୍ତୀ ସମୟରେ ଟାଉନ ଥାନା ସମ୍ମୁଖ ସହରର ପ୍ରମୁଖ ରାସ୍ତାର ଉଭୟ ପାଶ୍ୱର୍ରେ ମାସ ମାସ ଧରି ବେଆଇନ ଭାବେ ପାର୍କିଂ କରିବା ଦ୍ବାରା ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ନାହିଁ ନଥିବା ହୀନସ୍ତାର ସମ୍ମୁଖୀନ ହେବାକୁ ପଡୁଛି । ବିଜୁ ପଟ୍ଟନାୟକ ଚକ ଠାରୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ, ଉପଜିଲାପାଳ କାର୍ଯ୍ୟାଳୟ, ଦୁର୍ନିତୀ ନିବାରଣ କାର୍ଯ୍ୟାଳୟ, ରାସ୍ତା ଓ ଗୃହ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଅଡିଟୋରିୟମ, ହ୍ୟାଣ୍ଡବଲ ଗ୍ରାଉଣ୍ଡ ଭଳି ବହୁ ବ୍ୟସ୍ତବହୁଳ କାର୍ଯ୍ୟାଳୟକୁ ଉକ୍ତ ରାସ୍ତା ଦେଇ ଜନସାଧାରଣ ଯାତାୟତ କରୁଥିବା ବେଳେ ଥାନା ସମ୍ମୁଖରେ ବେଆଇନ ଭାରୀଯାନ ପାର୍କିଂ ଯୋଗୁଁ ଅନେକ ସମୟରେ ସହରବାସୀଙ୍କୁ ମନୁଷ୍ୟକୃତ ଟ୍ରାଫିକ୍‌‌ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷକରି ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣରେ ଉକ୍ତ ରାସ୍ତା ଦେଇ ଚାଲି ଚାଲି ଯାଉଥିବା ସହରର ବରିଷ୍ଠ ନାଗରିକ ଥାନା ସମ୍ମୁଖ ବେଆଇନ ଭାରୀଯାନ ପାର୍କିଂ ଯୋଗୁଁ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ ହେଁ ପୁଲିସ ଭୟରେ କେହି ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଏପରିକି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌‌ ପାର୍କିଂ ଯୋଗୁଁ ଉକ୍ତ ରାସ୍ତା ଉନ୍ନତିକରଣ ସମୟରେ ଥାନା ସମ୍ମୁଖ ଅଳ୍ପ ରାସ୍ତା ପିଚୁ କାର୍ଯ୍ୟ ହୋଇନପାରିବା ଦେଖିବାକୁ ମିଳିଛି । ଏଭଳିସ୍ଥିତିରେ ସହରବାସୀଙ୍କ ମୂଲ୍ୟବାନ ଧନଜୀବନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତୁରନ୍ତ ରାସ୍ତା ଉପରେ ମାସ ମାସ ଧରି ବେଆଇନ ଭାବେ ରଖିଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ ଗୁଡିକୁ ତୁରନ୍ତ ରାସ୍ତା ଉପରୁ ଅପସାରଣ କରିବାକୁ ବରିଷ୍ଠ ନାଗରିକ ରମାକାନ୍ତ ମହାନ୍ତି ଓ ମନୋରଞ୍ଜନ ଜେନା ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories