www.samajalive.in
Sunday, December 14, 2025
23.1 C
Bhubaneswar

ସୌରା ଉନ୍ନୟନ ସଂସ୍ଥା ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ଆଦୀମ ଜନଜାତିଙ୍କ କାର୍ଯ୍ୟାଳୟ ସୈରା ଉନ୍ନୟନ ସଂସ୍ଥା ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର ସ୍ବତନ୍ତ୍ର ପଦାଧିକାରୀ ବନମାଳୀ ଭୁଆଁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଓଡ଼ିଶା ଆଦୀମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଏଲଇପି), ଓଡିଶା ଆଦୀମ ଜନଜାତି ପୋଷଣ ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଏନଆଇପି) ସମେତ ଏସଡବ୍ଳୁଡବ୍ଳୁଏସ ସଂସ୍ଥାର ମିଳିତ ସହଯୋଗରେ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ୟକ୍ତି ମାନଙ୍କ ଦ୍ଵାରା ମୋଟ ୫୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଭାରତୀୟ ରେଡ଼କ୍ରସ୍ ସୋସାଇଟି ପାରଳାଖେମୁଣ୍ଡିରୁ ଏକ ଟିମ୍ ଆସି ରକ୍ତ ସଂଗୃହୀତ କରିଥିଲେ।
ପରିଶେଷରେ ବୃକ୍ଷ ହିଁ ଜୀବନ ଉଦ୍ଦେଶ୍ୟରେ କାର୍ଯ୍ୟାଳୟ ପରିସରରେ ସାପେଟା, ଲେମ୍ବୁ, ଆମ୍ବ, ଆଦି ଫଳ ଗଛ ଚାରା ରୋପଣ କରାଯାଇଥିଲା। ଏଥିରେ ଓପିଏଲଇପି ପରିଚାଳକ ଶ୍ରୀଧର କୁମାର ସାହୁ, ପି. ଅଶୋକ ବାବୁ, ଅରୁଣ କୁମାର ପଣ୍ଡା, ମୁରଲୀଧର ଚୌଧୁରୀ,ସୁଦାମ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories