ସୋସିଆଲ୍ ମିଡିଆରେ ୫ଲକ୍ଷରୁ ଅଧିକ ଫଲୋର୍ସ ଥିଲେ ସେଲିବ୍ରେଟୀ ସହ ସମାନ
ନୂଆଦିଲ୍ଲୀ – ସୋସିଆଲ୍ ମିଡିଆରେ ୫ ଲକ୍ଷରୁ ଅଧିକ ଫଲୋର୍ସ ଥିଲେ ଏବେ ଇନ୍ଫ୍ଲୁଏସର୍ ବା ସାମାଜିକ ଗଣମାଧ୍ୟମ ପ୍ରଭାବଶାଲୀ ବ୍ୟକ୍ତିମାନେ ସେଲିବ୍ରେଟୀ ସହ ସମାନ ବୋଲି ଏଏସ୍ସିଆଇ ବା ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ବିଭିନ୍ନ ବିଜ୍ଞାପନରେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏସର୍ମାନଙ୍କୁ କମ୍ ମୂଲ୍ୟ ଦିଆଯାଉଥିଲା । ଏଏସ୍ସିଆଇର ଏହି ଘୋଷଣା ପରେ ଏବେ ୟୁଟ୍ୟୁବର ସହ ଅନ୍ୟ ସୋସିଆଲ୍ ମଡିଆରେ ୫ ଲକ୍ଷ ଫଲୋର୍ସ ଥିଲେ ସେମାନେ ସେଲିବ୍ରେଟୀ ବୋଲି ପରିଗଣିତ ହେବେ ।
ପୂର୍ବରୁ ବିଜ୍ଞାପନରେ ବିଭିନ୍ନ କ୍ରୀଡାବିତ୍ ଏବଂ ଅଭିନେତା ଅଭିନେତ୍ରୀଙ୍କୁ ସେଲିବ୍ରେଟୀ ବୋଲି ପରିଗଣନା କରାଯାଉଥିଲା । ଏବେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସରଙ୍କର ଅଧିକ ପ୍ରଭାବ ରହିଛି । ବିଭିନ୍ନ ସମାଗ୍ରୀର ବିଜ୍ଞାପନରେ ଏମାନଙ୍କୁ ସେଲିବ୍ରେଟୀଙ୍କ ପରି ପାଉଣା ମିଳିବାର ଆବଶ୍ୟକତା ରହିଛି ।
ଏହା ହେବାପରେ କୌଣସି ବିଜ୍ଞାପନ କଲେ ସୋସିଆଲ୍ ମିଡିଆ ଇନଫ୍ଲୁଏସର୍ ବାର୍ଷିକ ୪୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଅର୍ଥ ପାଇବେ ।
Comments are closed.