www.samajalive.in
Sunday, December 14, 2025
17.1 C
Bhubaneswar

ଶୁକ୍ରବାର ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଜାଣିବେ ପରୀକ୍ଷା ଫଳ

ଆସନ୍ତାକାଲି ଜୁଲାଇ ୧୦ରେ ଆଇସିଏସଇ ପରିଚାଳିତ ୨୦୨୦ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। କାଉଁସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେସନସ, ସିଆଇସିଏସଇ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଅପରାହ୍ନ ୩ଟାରେ ଏହି ଫଳ ପ୍ରକାଶ ପାଇବ। ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ବିଦ୍ୟାଳୟଗୁଡିକ ସେମାନଙ୍କ ଅଧ୍ୟକ୍ଷଙ୍କ ଲଗିନ ଆଇଡ଼ି ଓ ପାସ ୱାର୍ଡ଼ ଦେଇ ପରୀକ୍ଷା ଫଳ ଜାଣିପାରିବେ।

ଏହି ଫଳାଫଳ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ୱେବସାଇଟରେ ପ୍ରକାଶ ପାଇବ, ସେହି ଦୁଇଟି ୱେବସାଇଟ ହେଉଛି www.cisce.org ଏବଂ www.results.cisce.org ଯେଉଁଥିରେ ଛାତ୍ରଛାତ୍ରୀମାନେ ସେମାନଙ୍କ ୟୁନିକ ଆଇଡି ଓ ଇଣ୍ଡେକ୍ସ ନମ୍ବର ଦେଇ ଫଳାଫଳ ଜାଣିପାରିବେ। ଅନ୍ୟପକ୍ଷରେ ଏସଏମଏସ ମାଧ୍ୟମରେ ଫଳାଫଳ ଜାଣିବା ପାଇଁ ମେସେଜ ବକ୍ସରେ ICSE ସ୍ପେସ ଦେଇ ନିଜର ୭ଟିକିଆ ୟୁନିକ ଆଇଡି ଟାଇପ କରି ୦୯୨୪୮୦୮୨୮୮୩କୁ ପଠାଇ ପାରିବେ। ଜୁଲାଇ ୧୬ ସୁଦ୍ଧା ଅନଲାଇନ ଯୋଗେ ଖାତା ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରାଯାଇ ପାରିବ ବୋଲି ପରିଷଦ ସୂଚନା ଦେଇଛି।

- Advertisement -

Press Release Result 2020

ସୂଚନାଯୋଗ୍ୟ ଯେ ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ମାସରେ ପ୍ରକାଶ ପାଇବା ନେଇ ଏକ ମିଥ୍ୟା ସମ୍ବାଦ ଯୋଗୁ କିଛି ସମୟ ଧରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବ୍ୟସ୍ତ ହୋଇ ପଡ଼ିଥିଲେ ତେବେ ପରେ ଏହା ଫେକ ନ୍ୟୁଜ ବୋଲି ସିବିଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories