www.samajalive.in
Monday, December 15, 2025
27.1 C
Bhubaneswar

ଓରିଅ ବିସ୍କିଟରେ ବନାନ୍ତୁ ଚକୋଲେଟ୍ ଆଇସକ୍ରିମ୍

ଆବଶ୍ୟକୀୟ ସାମଗ୍ରୀ: ଫ୍ରେସ୍ କ୍ରିମ୍-୨୫୦ ଗ୍ରାମ୍, କନଣ୍ଡେସ୍ ମିଲକ୍-୨୦୦ ଗ୍ରାମ୍, ବନଭିଟା ପାଉଡର -୧/୪ କପ୍, ଓରିଅ ବିସ୍କିଟ୍ ଏକ ଛୋଟ ପ୍ୟାକେଟ୍, ଭାନିଲା ଏସେନସ୍ ଅଧା ଚାମଚ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଓରିଅ ବିସ୍କିଟକୁ ଛୋଟ ଛୋଟ ଖଣ୍ଡ କରି ଗୁଣ୍ଡ କରି ଦିଅନ୍ତୁ । ଏକ ପାତ୍ର ନେଇ ସେଥିରେ ଫ୍ରେସ୍ କ୍ରିମ୍ ଢାଳନ୍ତୁ ଏବଂ ଏହାକୁ ହ୍ୟାଣ୍ଡ ମିକ୍ସିରେ ବା ଗ୍ରାଇଣ୍ଡରରେ ୮ରୁ ୧୦ ମିନିଟ୍ ଫେଣ୍ଟି ଦିଅନ୍ତୁ । ପରେ ସେଥିରେ କନଣ୍ଡେସ୍ ମିଲ୍କ, ଭାନିଲା ଏସେନସ୍ ଓ ବନଭିଟା ପାଉଡର ମିଶାଇ ଆଉ ଥରେ ଭଲକି ଫେଣ୍ଟି ଦିଅନ୍ତୁ । ସେଥିରେ ଚୁନା ଓରିଅ ବିସ୍କିଟ୍ ମିଶାଇ ଗୋଳାଇ ଦିଅନ୍ତୁ ।

- Advertisement -

ଏବେ ଏହି ବ୍ୟାଟରକୁ କେକ୍ ଟ୍ରେ ବା ଫ୍ୟାମିଲ ପ୍ୟାକ୍ ଆଇସକ୍ରିମ୍ ଡବା କିମ୍ବା କୌଣସି ପ୍ଲାଷ୍ଟିକ କଣ୍ଟେନର ବା ଡବାରେ ଢାଳି ଦିଅନ୍ତୁ । ବଳି ଥିବା ଓରିଅ ବିସ୍କିଟ୍ ଏକ ଛୋଟ ଖଣ୍ଡ ବା ଚୁନାକୁ ଏହି ବ୍ୟାଟର ଉପରେ ସଜାଇଲା ଭଳି ପକାଇ ଦିଅନ୍ତୁ । କଣ୍ଟେନର ବା ଡବା କ୍ଳିନ୍ ଫିଲ୍ମ ଜରି ବା ଯେକୌଣସି ଡବା ଖୋଳରେ ଟାଇଟ୍ କଭର କରି ଦିଅନ୍ତୁ । ଏୟାର୍ ଟାଇଟ୍ ହେବା ନିହାତି ଜରୁରୀ ଅଟେ ।

ଏହାକୁ ସେଟ୍ ହେବା ପାଇଁ ୧୦ରୁ ୧୨ ଘଣ୍ଟା ଫ୍ରିଜରେ ଛାଡି ଦିଅନ୍ତୁ । ୧୦ରୁ ୧୨ ଘଣ୍ଟା ପରେ ଫ୍ରିଜରୁ ଆଣି ଆଇସକ୍ରିମ୍ ବୋଲ ବା ଗିନାରେ ରଖନ୍ତୁ । ଆଇସକ୍ରିମ୍ ଉପରେ ବିସ୍କିଟ୍ ଗୁଣ୍ଡ ପକାଇ ଏବଂ ସାଇଟରେ ଏକ ବିସ୍କିଟ ରଖି ଥଣ୍ଡା ଥଣ୍ଡା ଖାଆନ୍ତୁ ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories