www.samajalive.in
Sunday, December 7, 2025
26.1 C
Bhubaneswar

ଆଇସକ୍ରିମ୍ ଦୋସା

ନୂଆ ପ୍ରକାର ଖାଦ୍ୟକୁ ଆଜିକାଲି ଲୋକେ ‘ଫ୍ୟୁଜନ୍‌ ଫୁଡ୍’ ବୋଲି କହୁଛନ୍ତି। ଏଇ ଫ୍ୟୁଜନ୍ ଫୁଡ୍ ତାଲିକାରେ ଏଥରକ ‘ଆଇସକ୍ରିମ୍ ଦୋସା’ ସ୍ଥାନ ପାଇଛି। ଚେନ୍ନଇର ଜଣେ ରାସ୍ତାକଡ଼ ଦୋକାନୀ ଏହି ସ୍ବାଦର ଦୋସା ତିଆରି କରୁଥିବାବେଳେ ଗ୍ରାହକମାନେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଥିଲେ। ଦୋସା ଭିତରେ ଆଇସକ୍ରିମ୍‌କୁ ପୁର ଭଳି ଦେଇ ତିଆରି କରାଯାଉଛି। ହେଲେ ଏଇ ବିଚିତ୍ର ଦୋସାକୁ ଦେଖି ଗ୍ରାହକ ମହଲ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦକ୍ଷିଣ ଭାରତୀୟଙ୍କ ଅତି ପ୍ରିୟ ଦୋସାକୁ ଫ୍ୟୁଜନ୍ ରୂପ ଦେବାର ଆବଶ୍ୟକତା ଆ​‌ଦୌ ନାହିଁ ବୋଲି କେତେଜଣ କହିଛନ୍ତି। ଏହା ତା’ର ଆଳୁ ପୁର ସ୍ବାଦ ପାଇଁ ସମଗ୍ର ବିଶ୍ବରେ ଆଦର ପାଇଛି। ଆଇସକ୍ରିମ୍ ଦୋସାର ଦାମ୍ ୨୦୦ ଟଙ୍କାରୁ ଆରମ୍ଭ। ସବୁଠୁ ମହଙ୍ଗା ହେଉଛି ଷ୍ଟ୍ରବେରୀ ଆଇସକ୍ରିମ୍ ଦୋସା। ଏହାର ମୂଲ୍ୟ ୩୨୦ ଟଙ୍କା। ଯୁବପିଢ଼ି ଏହି ଦୋସା ଖାଇବାକୁ ବେଶୀ ଭିଡ଼ ଲଗାଉଥିବା ଦୋକାନୀ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories