ଆମେରିକାରୁ ଫେରିବା ପରେ ଇମ୍ରାନଙ୍କ ମନ୍ତବ୍ୟ- ‘ବିଶ୍ୱକପ ଜିତି ଘରକୁ ଫେରିବା ପରି ଲାଗୁଛି’

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଆମେରିକାର ଅଧିକାରୀକ ଗସ୍ତରୁ ଫେରିଛନ୍ତି। ଇସଲାମାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଥିଲେ।
ଏହି ଅବସରରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଇମ୍ରାନ ଖାନ କହିଥିଲେ ଯେ ଆମେରିକାର ଅଧିକାରୀକ ଗସ୍ତ ସାରି ଫେରିବା ପରେ ମୋତେ ବିଶ୍ୱପକ ଜିତି ଘରକୁ ଫେରିବା ପରି ଲାଗୁଛି। ଇମ୍ରାନ କ୍ୱାତର ଏୟାରଲାଇନ୍ସ ଯୋଗେ ଫେରୁଥିବାବେଳେ କିଛି ସମୟ ପାଇଁ ତାଙ୍କୁ ଦୋହାରେ ରହିବାକୁ ପଡ଼ିଥିଲା। ଏହି ସମୟରେ ସେ କ୍ୱାତରର ନିଜ ପ୍ରତିପକ୍ଷ ଶେଖ ଅବଦୁଲ ବିନ ନାସୀର ଖଲିଫା ଅଲ ଥାନିଙ୍କୁ ଭେଟିଥିଲେ। ପ୍ରକାଶ ଯେ ତିନି ଦିନିଆ ଗସ୍ତ କାଳରେ ଇମ୍ରାନ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଥିଲେ।

prayash

ଗତ ଶନିବାର ସନ୍ଧ୍ୟାରେ ଇମ୍ରାନ ଖାନ ଆମେରିକାରେ ପହଞ୍ଚିଥିଲେ। ତେବେ ବିମାନ ବନ୍ଦରରେ ତାଙ୍କ ସ୍ୱାଗତ ପାଇଁ ଆମେରିକା ପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ ଯାଇନଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମେଟ୍ରୋ ଟ୍ରେନ ଯୋଗେ ହୋଟେଲ ଯାଇଥିଲେ। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ଆମେରିକାରେ ରହୁଥିବା କେତେକ ପାକିସ୍ତାନୀ ଲୋକଙ୍କ ସହ ବିମାନ ବନ୍ଦରରେ ପହଞ୍ଚି ତାଙ୍କୁ ସ୍ବାଗତ କରିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଏହା ପୂର୍ବରୁ ୨୦୧୫ ଅକ୍ଟୋବରରେ ନୱାଜ ସରିଫ ଆମେରିକାକୁ ଅଧିକାରୀକ ଯାତ୍ରା କରିଥିଲେ।

kalyan agarbati

Comments are closed.