www.samajalive.in
Sunday, December 7, 2025
14.1 C
Bhubaneswar

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ

ଭୁବନେଶ୍ୱର: ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅହିଂସା ଓ ସହନଶୀଳତା ପରମ୍ପରାରେ ବିଶ୍ୱାସ ରଖୁଥିବା ଆମେ ଭାରତବାସୀ, ସବୁ ପ୍ରକାର ଆତଙ୍କବାଦ ଓ ହିଂସାକୁ ଦୃଢ ଭାବରେ ବିରୋଧ କରିବା ସହ, ଶାନ୍ତି ବଜାୟ ରଖି ପାରସ୍ପରିକ ଭାବଗତ ଐକ୍ୟ ଓ ବୁଝାମଣା ସହକାରେ ମାନବ ଜୀବନ ଓ ମାନବୀୟ ମୂଲ୍ୟବୋଧରେ ବାଧକ ସାଜୁଥିବା ସମସ୍ତ ବିଚ୍ଛିନ୍ନତାବାଦୀ ଶକ୍ତି ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବାକୁ ସମସ୍ତେ ଶପଥ ନେଇଥିଲେ। ପ୍ରକାଶ ଥାଉକି, ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧିଙ୍କ ତିରୋଧାନ ଦିବସ ଅବସରରେ ସମସ୍ତଙ୍କୁ ଆତଙ୍କବାଦ ଓ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଉଦ୍ଦେଶ୍ୟେରେ ପ୍ରତିବର୍ଷ ମଇ ମାସ ୨୧ ତାରିଖରେ ଆତଙ୍କବାଦୀ ବିରୋଧ ଦିବସ ପାଳନ ହୋଇଆସୁଛି।

ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ଉପ-ନିର୍ଦ୍ଦେଶକ ଡଃ. ଜ୍ୟୋତିର୍ମତୀ ସାମନ୍ତରାୟ, ଶ୍ରୀମତୀ ସ୍ମିତା କର, ଶ୍ରୀ ବିଶ୍ୱଜିତ ଦାଶ, ଶ୍ରୀ ବସନ୍ତ କୁମାର ମହାନ୍ତି ଏବଂ ଉପ ଶାସନ ସଚିବ ଶ୍ରୀ ମନ୍ୟୁ ପ୍ରକାଶ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ଶାଖାର ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ସହକାରୀ ନିର୍ଦ୍ଦେଶିକା (କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories