ମୁଁ ବାହା ହେବାକୁ ରାଜି, ଆଉ ୬୦ଦିନ ଅଛି, ଭଲ ସମୟ ଦେଖି ସୋମାଲିକାଙ୍କୁ ବିବାହ କରିବି-ବିଜୟ ଶଙ୍କର ଦାସ
ଭୁବନେଶ୍ବର: ପ୍ରେମିକା ସୋମାଲିକା ଦାସଙ୍କ ଥାନାରେ ଏତଲାକୁ ନେଇ ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ ମୁହଁ ଖୋଲିଲେ। ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ବିଧାୟକ ବିଜୟ ଶଙ୍କର ଦାସ କହିଛନ୍ତି ଯେ ମୁଁ ସୋନାଲିକାଙ୍କୁ ବାହା ହେବାକୁ ରାଜି ବୋଲି ସମସ୍ତଙ୍କ ସାମ୍ନାରେ କହିସାରିଛି। ଏତଲା ହେବାର ପୂର୍ବଦିନ ରାତିରେ ମଧ୍ୟ ସୋମାଲିକା ଙ୍କ ସହ କଥା ହୋଇ ସାରିଥିଲି। ୩୦ଦିନ ବିତି ଯାଇଛି, କିନ୍ତୁ ଆଉ ୬୦ଦିନ ଅଛି, ଭଲ ସମୟ ଦେଖି ବିବାହ କରିବି ବୋଲି କହିଥିଲି। ବାହାଘର ନିଶ୍ଚିତ ହେବ, ବାହାଘର ପାଇଁ ମାନ କରିନାହିଁ। ମା’ର ଦେହ ଖରାପ ଥିବାରୁ ବାହାଘର ପାଇଁ ସମୟ ମାଗିଥିଲି। କ’ଣ ପାଇଁ ଜଲଦି ବାହା ହେବାକୁ ବାଧ୍ୟ କରୁଛନ୍ତି ଜାଣିପାରୁନାହିଁ। ସୋନାଲିକାଙ୍କୁ ବାହା ହେବା ପାଇଁ ମନା କରିବା କଥା ଏବଂ ସେକ୍ସ ରାକେଟ ଚଳାଇବା କଥା ସମ୍ପୂର୍ଣ୍ଣ ଅସତ୍ୟ ଅଟେ ବୋଲି ବିଧାୟକ ବିଜୟ ଶଙ୍କର ଦାସ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସସେକ୍ସ ରାକେଟ୍ ଚଳାଉଥିବା ନେଇ ତାଙ୍କ ପ୍ରେମିକା ସୋମାଲିକା ଦାସ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୋମାଲିକା ଏଫଆଇଆର୍ରେ ଦର୍ଶାଇଛନ୍ତି, ଏହା ଜଣାଶୁଣା କଥା ଯେ ବିଜୟ ଶଙ୍କର ସେକ୍ସ ରାକେଟ୍ ଚଳାନ୍ତି। ସେ ଅନେକ ଯୁବତୀଙ୍କ ଜୀବନ ନଷ୍ଟ କରିଛନ୍ତି। ସେ ନିରୀହ ଝିଅମାନଙ୍କୁ ଏହି କାର୍ଯ୍ୟରେ ଲିପ୍ତ ହେବାକୁ ବାଧ୍ୟ କରନ୍ତି। ସେ ବିଭିନ୍ନ ଲୋକଙ୍କ ପାଖକୁ ଓ ଜଣେ ଦୁର୍ଦ୍ଦାନ୍ତ ଦଲାଲ ପାଖକୁ ଝିଅମାନଙ୍କୁ ପଠାଇ ଭଲ ଅର୍ଥ ରୋଜଗାର କରୁଛନ୍ତି। ନିର୍ବାଚନ ବେଳେ ଯେଉଁମାନଙ୍କଠାରୁ ସେ ଟଙ୍କା ଆଣିଥିଲେ, ସେମାନଙ୍କ ନିକଟକୁ ମଧ୍ୟ ଝିଅ ପଠାଛନ୍ତି।
Comments are closed.