www.samajalive.in
Saturday, December 6, 2025
17.1 C
Bhubaneswar

ପତିଙ୍କର ଦୀର୍ଘାୟୁ, ଶନି ସାଢେସାତିରୁ ମିଳିବ ମୁକ୍ତି, ବାସ୍ ଆପଣାନ୍ତୁ ଏହି ସରଳ ଉପାୟ..

ଅଖଣ୍ଡ ସୌଭାଗ୍ୟର କାମନା କରି ସଧବା ମହିଳାମାନେ ଜୁନ୍ ୬ର ଜ୍ୟେଷ୍ଠ କୃଷ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ଏହି ଦିନ ମହିଳାମାନେ ପୂଜା କରି ଦେବୀ ସାବିତ୍ରୀଙ୍କୁ ସ୍ମରଣ କରି ପୂଜା କରି ଥାଆନ୍ତି। ଏହି ବ୍ରତ ପାଳନ କରିବା ଦ୍ୱାରା ମହିଳାଙ୍କୁ ସୌଭାଗ୍ୟ, ପାପନାଶକ, ଦୁଃଖ ନାଶକ ଓ ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଏହାସହ ଆଜି ସାବିତ୍ରୀ ବ୍ରତ ସହ ଶନି ଜୟନ୍ତୀ ମଧ୍ୟ। ଏହା ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟାରେ ପାଳନ କରାଯାଏ। ଜାଣନ୍ତୁ କେଉଁ ବିଶେଷ ଉପାୟ ଦ୍ୱାରା ପତି ଦୀର୍ଘାୟୁ ହେବା ସହ ସମସ୍ତ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ।

ପୌରାଣିକ ମାନ୍ୟତା ଅନୁଯାୟୀ, ଜୀବନରେ ଶନି ଦଶା, ସାଢେସାତି ପ୍ରଭାବ ରହିଥିଲେ, ଶନି ଜୟନ୍ତୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ସାଢେସାତି ପ୍ରଭାବ କମ୍ ହୋଇଥାଏ। ପୂଜା ସମୟରେ ଭଗବାନ କୃଷ୍ଣଙ୍କୁ ମୟୁର ପୁଚ୍ଛ ଓ ବଂଶୀ ଅର୍ପଣ କରନ୍ତୁ। ଶନି ଜୟନ୍ତୀରେ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ହନୁମାନଙ୍କ ପୂଜା କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଜୁନରେ ବୃହସ୍ପତି ଉଦୟ ; ଜାଣନ୍ତୁ କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ, ହଠାତ୍ ମିଳିବ ଧନ..

- Advertisement -

ହନୁମାନ ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ଶନିଙ୍କ ବିଶେଷ କୃପା ଦୃଷ୍ଟି ରହିଥାଏ। ଶନି ଜୟନ୍ତୀ ଦିନ ଶନି ମନ୍ଦିର ଯାଇ ଶନିଦେବଙ୍କ ନିକଟରେ ସୋରିଷ ତେଲର ଦୀପ ଲଗାନ୍ତୁ। କଳା ବସ୍ତ୍ର ଓ ରାଶି ଅର୍ପଣ କରନ୍ତୁ। ଅଶ୍ୱତ୍ଥ ବୃକ୍ଷର ପୂଜା କରିବା ସହ ଜଳ ଅର୍ପଣ କରିବା ଦ୍ୱାରା ଶନିଙ୍କ ଗ୍ରହଙ୍କ ପ୍ରଭାବରୁ ମୁକ୍ତି ମିଳିଥାଏ।

ଶନି ଜୟନ୍ତୀ ଦିନ ଶନି ଦେବଙ୍କ ବ୍ରତ ପାଳନ କରନ୍ତୁ। ମନ୍ତ୍ରର ଜପ କରନ୍ତୁ। ଏହି ଦିନ କଳା ଚପଲ, କଳା ଛତା, କଳା ବିରି, କଳା ରାଶି, କଳା ପୋଷାକ ଦାନ କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ। ଶନି ଦେବଙ୍କ ସହ ପ୍ରଭୁ ହନୁମାନଙ୍କର ଆରାଧନା କରନ୍ତୁ। ଏହାଦ୍ୱାରା ଶନି ଦଶାରୁ ମୁକ୍ତି ମିଳିଥାଏ। ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡର ପାଠ କରିବା ମଧ୍ୟ ଶୁଭଙ୍କର।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories