www.samajalive.in
Saturday, December 6, 2025
15.1 C
Bhubaneswar

ଜୁନରେ ବୃହସ୍ପତି ଉଦୟ ; ଜାଣନ୍ତୁ କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ, ହଠାତ୍ ମିଳିବ ଧନ..

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗ୍ରହଙ୍କ ଖୁବ୍ ପ୍ରଭାବ ରହିଛି। ବୃହସ୍ପତି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ। ଗ୍ରହମାନଙ୍କ ଗୁରୁ ଗ୍ରହ କୁହାଯାଉଥିବା ବୃହସ୍ପତି ଜୁନ ମାସରେ ବୃଷ ରାଶିରେ ଉଦୟ ହୋଇଛନ୍ତି। ହିନ୍ଦୁ ପଞ୍ଜିକା ଅନୁସାରେ ବୃହସ୍ପତି ୩ ଜୁନ୍ ୩ଟା ୨୧ ମିନିଟରେ ବୃଷ ରାଶିରେ ଉଦୟ ହେବା ସହ ବିଭିନ୍ନ ରାଶିରେ ଏହାର ଭିନ୍ନ ଭିନ୍ନ ପ୍ରଭାବ ରହିବ। କିଛି ରାଶିଙ୍କୁ ଏହାର ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବା ସହ ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବୃହସ୍ପତିଙ୍କ ଉଦୟ ସକରାତ୍ମକ ପ୍ରଭାବ ପକାଇବ। ଏହି ରାଶିଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବା ସହ ଭାଗ୍ୟ ଚମକିବ। ଜାଣନ୍ତୁ..

ଦେଖନ୍ତୁ ଭିଡିଓ ; ଶିକାରୀ ପଛରେ ଶିକାର, ଶିକାର ପଛରେ ଶିକାରୀ..

- Advertisement -

ଗ୍ରହଙ୍କ ଗୁରୁ ବୃଷ ରାଶିରେ ଏକାଦଶ ଭାଗରେ ଉଦୟ ହେବା ସହ ଏହି ରାଶି ଜାତକଙ୍କୁ ଖୁବ୍ ଲାଭ ମିଳିବ। ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ଅନେକ ସଫଳତା ମିଳିବ। ଅନେକ ଦିନରୁ ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ଜୀବନରେ ହସଖୁସି ରହିବା ସହ ଆୟରେ ବୃଦ୍ଧି ହେବ। ଏହି ସମୟ ବେଶ ଶୁଭଙ୍କର।

ଗ୍ରହଙ୍କ ଗୁରୁ କର୍କଟ ରାଶିର ଲଗ୍ନ ଭାଗରେ ଉଦୟ ହେବା ସହ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନ ଲାଭ ହେବ। କର୍ମକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। ଅନେକ ଦିନରୁ ଆଶା କରିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

ଗ୍ରହଙ୍କ ଗୁରୁ ବୃହସ୍ପତି ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଦଶମ ଭାଗରେ ଉଦୟ ହେବା ସହ ରାଶି ଉପରେ ଅନେକ ପ୍ରଭାବ ପଡିବ। କର୍ମକ୍ଷେତ୍ରରେ ଉନ୍ନତି ସହ ଆୟରେ ବୃଦ୍ଧି ହେବ। ପାରିବାରିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ। ଭାଗ୍ୟର ସାଥ୍ ମିଳିବା ସହ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories