ଭବାନୀପାଟଣା: ୨୬ ନମ୍ୱର ଜାତୀୟ ରାଜପଥର ଶଗଡା ପୋଲ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେଇଛି। କାର୍ଟି ଶଗଡା ନଦୀ ବୁଲାଣିରେ କୌଣସି ଗାଡ଼ି ସହିତ ଧକ୍କା ହେଇଥିବା ଅନୁମାନ କରାଯାଉଛି। କାର୍ ଚାଳକ ଜିତେନ୍ଦ୍ର ପୁଝାରୀ(୪୫)ଙ୍କର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କାର୍ରେ ଅନ୍ୟ କେହି ନ ଥିବାରୁ ଦୁର୍ଘଟଣା ସଂକ୍ରାନ୍ତରେ କିଛି ଜଣା ପଡ଼ୁନାହିଁ। ଜୁନାଗଡ଼ ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



