www.samajalive.in
Sunday, December 7, 2025
15.1 C
Bhubaneswar

ଅଖା ସିଲେଇରେ ଚଳେ ପରିବାର, ଝିଅ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ

ଗୋପାଳପୁର: ବାପା ମାଆ ସିମେଣ୍ଟ ଅଖାରୁ ବ୍ୟାଗ୍ ତିଆରି କରି ଗୁଜୁରାଣ ମେଣ୍ଟାଇ ଆସୁଥିବାବେଳେ ଝିଅ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ସଫଳତା ହାସଲ କିର ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା ଗାଁର ପ୍ରଶାନ୍ତ ପାଣିଗ୍ରାହୀ ଏବଂ ନନ୍ଦିନୀ ପାଣିଗ୍ରାହୀଙ୍କ ଝିଅ ଆରତୀ ପାଣିଗ୍ରାହୀ ନିଟ୍‌ ପରୀକ୍ଷାରେ ୬୮୫ ନମ୍ବର ରଖି ସଫଳତା ହାସଲ କରିଛନ୍ତି।

କଥାରେ ଅଛି ଯଦି ଆପଣ କୌଣସି ଏକ କାମକୁ ସତ୍ୟ ଓ ନିଷ୍ଠାର ସହିତ କରନ୍ତି ତାହେଲେ ନିଶ୍ଚୟ ସଫଳ ମିଳିଥାଏ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଗରିବ ଘରର ଝିଅ ଆରତୀ ପାଣିଗ୍ରାହୀ । ସେ ନିଟ୍ ପ୍ରବେଶିକା ପରୀକ୍ଷାରେ ୬୮୫ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ବାପା, ମାଆ ଏବଂ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ବାପା ପ୍ରଶାନ୍ତ ଗାଁ ଗାଁ ବୁଲି ସିମେଣ୍ଟ ଅଖା ସଂଗ୍ରହ କରି ଆଣୁଥିବାବେଳେ ମାଆ ନନ୍ଦିନୀ ସେହି ଅଖାରେ ବ୍ୟାଗ ତିଆରି ବଜାରରେ କରି ବିକ୍ରି କରନ୍ତି। କଠିନ ପରିଶ୍ରମରେ ଯାହା ଅର୍ଥ ମିଳେ, ତାହା ଝିଅର ସ୍ବପ୍ନ ପୂରଣ କରିବା ନିମନ୍ତେ ବାପା ଏବଂ ମାଆ ଲାଗି ପଡ଼ିଥିଲେ। ପିଲାଟି ଦିନରୁ ପାଠପଢ଼ା ପ୍ରତି ଆଗ୍ରହ ରଖିଥିବା ଆରତୀ ରଣ୍ଢା ଶିଶୁ ମନ୍ଦିରର ଦଶମ ଶ୍ରେଣୀର ୯୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ବ୍ରହ୍ମପୁର ମହିଳା ମହାବିଦ୍ୟାଳୟରେ ଦ୍ଵାଦଶ ଶ୍ରେଣୀରେ ମଧ୍ୟ ୯୨ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ। ଏହାସହ ଆରତୀ ନିଜର ମନବଳ ଏବଂ ଅକ୍ଳାନ୍ତ ପରିଶ୍ରମ ବଳରେ ନିଟ୍ ପ୍ରବେଶିକା ପରୀକ୍ଷା ଦେବା ସହ ୬୮୫ ମାର୍କ ରଖି ୨୦୨୪-୨୫ ଶିକ୍ଷାବର୍ଷରେ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଘରେ ଆର୍ଥିକ ସ୍ଥିତି ଖରାପ ଥିବା ସତ୍ୱେ ମଧ୍ୟ ଆରତୀ ହାର୍ ମାନି ନଥିଲେ, ଦିନକୁ ୧୨ରୁ ୧୬ଘଣ୍ଟା ପରିଶ୍ରମ କରୁଥିଲେ। ଭଗବାନଙ୍କ ଆଶୀର୍ବାଦରେ ଜଣେ ଭଲ ଡାକ୍ତର ହୋଇ ରୋଗୀମାନଙ୍କ ସେବା କରିପାରିବି ଏହାଠାରୁ ଆଉକଣ ସୌଭାଗ୍ୟ ଅଛି ବୋଲି ଆରତୀ ମତପୋଷଣ କରିଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ବାପା, ମାଆ, ଭାଇ, ଗୁରୁଜୀ, ଗୁରୁମାଆଙ୍କୁ ଦେଇଛନ୍ତି। ସେମାନଙ୍କ କଠିନ ପରିଶ୍ରମର ଫଳ ଏବଂ ଭଗବାନଙ୍କ ଆଶୀର୍ବାଦରେ ଝିଅ ଆରତୀ ଡାକ୍ତରୀ ପାଠପଢି ଡାକ୍ତର ହେବ, ଆମେ ବହୁତ ଖୁସି ବୋଲି କହିଛନ୍ତି ବାପା ପ୍ରଶାନ୍ତ ପାଣିଗ୍ରାହୀ ଏବଂ ମାଆ ନନ୍ଦିନୀ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories