www.samajalive.in
Saturday, December 6, 2025
17.1 C
Bhubaneswar

ବିଏସକେୱାଇରେ ଚିକିତ୍ସା ମିଳୁ ନ ଥିଲେ ଏହି ନମ୍ବରକୁ କରନ୍ତୁ ଯୋଗାଯୋଗ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଥିବା ଡାକ୍ତରଖାନାଗୁଡ଼ିକ କୌଣସି ରୋଗୀଙ୍କୁ ଫେରାଇ ପାରିବେ ନାହିଁ। ସରକାର ବଦଳିଯାଇଥିବା ଆଳରେ ରୋଗୀଙ୍କୁ ଚିକିତ୍ସାରୁ ବଞ୍ଚିତ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। କୌଣସି ହିତାଧିକାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁରନ୍ତ ସରକାରଙ୍କ ହେଲ୍‌‌ପଲାଇନ ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଏକ ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଉଛି ୧୦୪।

ରାଜ୍ୟରେ ବିଏସକେୱାଇ ଚାଲୁ ରହିଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରୁ ନ ଥିବା ଅଭିଯୋଗ ଆସିଥିଲା। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଘରୋଇ ଡାକ୍ତରଖାନାଗୁଡ଼ିକ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର (ଏମଓୟୁ) ବଳବତ୍ତର ରହିଛି। ଫଳରେ ବର୍ତ୍ତମାନ ସମୟରେ ଜନସାଧାରଣ ପୂର୍ବପରି ବିଏସକେୱାଇ ଜରିଆରେ ସ୍ୱାସ୍ଥ୍ୟସେବା ପାଇପାରିବେ। କୌଣସି ଡାକ୍ତରଖାନା ରୋଗୀଙ୍କୁ ହସ୍ପିଟାଲରୁ ଫେରାଇପାରିବେ ନାହିଁ କି ଆଡ୍‌‌ମିଶନ ହୋଇ ଚିକିତ୍ସିତ ହେଉଥିଲେ ତାଙ୍କୁ ଅଧାରୁ ଡିସଚାର୍ଜ କରିପାରିବେ ନାହିଁ।

- Advertisement -

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇ ବିଏସକେୱାଇ ବନ୍ଦ ହେବ ବୋଲି କହିଥିଲେ। ଏହା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି କହିଥିଲେ। ବିଏସକେୱାଇରେ ଜନସାଧାରଣଙ୍କୁ ଅଳ୍ପ ସୁବିଧା ମିଳୁଛି। କିନ୍ତୁ ଆୟୁଷ୍ମାନ ଭାରତରେ ବ୍ୟାପକ ସୁବିଧା ପ୍ରଦାନ କରାଯିବ। ମାତ୍ର ବର୍ତ୍ତମାନ ସମୟରେ ବିଏସକେୱାଇ ବନ୍ଦ ହେବା ନେଇ ମନମୋହନ କୌଣସି ସୂଚନା ଦେଇ ନ ଥିବାବେଳେ ଡାକ୍ତରଖାନାଗୁଡ଼ିକ ସରକାର ବଦଳିବା ଆଳରେ ରୋଗୀଙ୍କୁ ବିଏସକେୱାଇ କାର୍ଡରେ ଚିକିତ୍ସା ନ ଦେଇ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ମାତ୍ର ଏପରି ନ କରିବାକୁ ମଧ୍ୟ ମନମୋହନ ବୁଧବାର ଡାକ୍ତରଖାନାଗୁଡ଼ିକ ଉଦ୍ଦେଶ୍ୟରେ କହିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories