ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ
ରେଢ଼ାଖୋଲ: ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ ଭରତାପୁର ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ପଞ୍ଚାୟତବାସୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଗତ ମାର୍ଚ୍ଚ ମାସ ୧୨ତାରିଖ ଦିନ ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କୁ ୮ଦଫା ସମ୍ବଳିତ ଏକ ଦାବି ପତ୍ର ଦେଇଥିଲେ। ଦାବି ସମାଧାନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ପଞ୍ଚାୟତବାସୀ ଗତ ୧୬ତାରିଖ ଦିନ ଭରତାପୁର ସରପଞ୍ଚ ଦୁଃଖବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ପୁନର୍ବାର ସ୍ମାରକପତ୍ର ଦେଇଥିଲେ। ଦାବି ପୂରଣ ନହେଲେ ୨୩ ତାରିଖରେ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଅଦ୍ୟାବଧି ପ୍ରସାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ପଞ୍ଚାୟତବାସୀ ବୁଧବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ୍ରଆରମ୍ଭ କରିଛନ୍ତି। ଆନ୍ଦୋଳନରେ ସରପଞ୍ଚ ଦୁଃଖବନ୍ଧୁ ପ୍ରଧାନ, ନାଏବ ସରପଞ୍ଚ ବୈଦେହୀ ବେହେରା, ୱାର୍ଡ ସଭ୍ୟ ଶିବ ସାମଲ, ସଂସାର ପାତ୍ରଙ୍କ ସମେତ ସମସ୍ତ ନିର୍ବାଚିତ ଜନପ୍ରତିନିଧି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଅଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସରପଞ୍ଚ ଦୁଃଖବନ୍ଧୁ ପ୍ରଧାନ କହିଛନ୍ତି।