www.samajalive.in
Sunday, December 14, 2025
19.1 C
Bhubaneswar

ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଆଜି ଯୁବ ବିଜେଡ଼ି ପକ୍ଷରୁ ବିଜେଡ଼ି ନେତା ଏସ. ଧର୍ମରାଜ ରେଡ୍ଡୀଙ୍କ ନେତୃତ୍ୱରେ ଆଜି ହାଙ୍ଗାମା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ଃ. ଗୋପବନ୍ଧୁ ଦାଶ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ଖେଳ କୁଦ ଦ୍ୱାରା ଶାରୀରିକ ଓ ମାନସିକ ଶୃଙ୍ଖଳିତ ଓ ଭାଇଚାରା ରହି ପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଏ. ସନ୍ତୋଷ ପାତ୍ର, ଜିଲ୍ଲା ବିଜେଡ଼ି ଉପ ସଭାପତି ସି. ଏଚ ଦିଲେଶ୍ଵର ରେଡି, ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ତଥା କରାପଲ୍ଲୀ ସରପଞ୍ଚ ଏସ. ମେନକା ରେଡି, ବ୍ଲକ ଯୁବ ବିଜେଡ଼ି ସଭାପତି ବିନୋଦ ମହାଙ୍କୁଡ, ଲୁହାଝର ସରପଞ୍ଚ ପି. କମଳା ରେଡି ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍ ଗୋଳାବନ୍ଧ ସହ କରାପଲ୍ଲୀ ମଧ୍ୟରେ ହୋଇଥିଲା। କରାପିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ କରି ୫୮ ରନ କରିଥିଲା। ଗୋଳାବନ୍ଧ ଦ୍ୱିତୀୟ ବେଟିଂ କରି ୬୦ ରନ କରି ବିଜୟୀ ହୋଇଥିଲା। ଆଜି ଅପରାହ୍ନରେ ମୁଖ୍ୟ ଅତିଥି ଭାବେ ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ତଥା କରାପଲ୍ଲୀ ସରପଞ୍ଚ ଏସ. ମେନକା ରେଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡୁରା ପଞ୍ଚାୟତ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା, ଗଞ୍ଜୁ ସରପଞ୍ଚ ନିର ବେହେରା, କରାପିଲ୍ଲୀ ମହିଳା ମହାସଂଘର ସଭାନେତ୍ରୀ ଗୌରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ୱିନର ଦଳ ଗୋଳାବନ୍ଧକୁ ୧୧ ହଜାର ଟଙ୍କା ସହ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories