www.samajalive.in
Monday, December 15, 2025
27.1 C
Bhubaneswar

ବିକ୍ଷୋଭକାରୀ ପୋଡ଼ିଦେଲେ କାରାଗାର: ୨୫୮ କଏଦୀଙ୍କ ପଳାୟନ

ଜାକର୍ତ୍ତା : ହଜାର ହଜାର ବିକ୍ଷୋଭକାରୀ ସୋମବାର ଇଣ୍ଡୋନେସିଆର ପଶ୍ଚିମାଞ୍ଚଳ ପ୍ରଦେଶ ପପୁଆର ସଂସଦ ଭବନକୁ ଜାଳିଦେବା ପରେ ମଙ୍ଗଳବାର ଏକ କାରାଗାରରେ ନିଆଁ ଲଗାଇ ଦେବା ଫଳରେ କାରାଗାରରେ ଥିବା ୨୫୮ କଏଦୀ ଖସି ପଳାଇଛନ୍ତି। ଆଉ ପ୍ରାୟ ୨୫୦ଙ୍କୁ କର୍ତ୍ତୃପକ୍ଷ ଅଟକାଇବାରେ ସମର୍ଥ ହୋଇଛନ୍ତି।

ଆଦିମ ପପୁଆ ଆଦିବାସୀ ସମ୍ପ୍ରଦାୟର ୪୩ ଛାତ୍ରଙ୍କୁ ଗିରଫ ପ୍ରତିବାଦରେ ହଜାରହଜାର ସଂଖ୍ୟାରେ ଜନତା ସୋମବାରଠାରୁ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ହିଂସାମୁଖୀ ହେବା ଫଳରେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟକୁ ସେମାନେ ପୋଡ଼ି ଦେଇଛନ୍ତି।। ଦେଶର ସୈନ୍ୟବାହିନୀର ନିର୍ଦେଶକ୍ରମେ ପୁଲିସ ପପୁଆ ଛାତ୍ରଙ୍କ ଉପରେ ଦମନଲୀଳା ଚଳାଇଥିବା ଓ ସେମାନଙ୍କୁ କୁକୁର ତଥା ଗଧ ବୋଲି ସମ୍ବୋଧନ କରୁଥିବା ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଭିଚ୍ଛିନ୍ନତାବାଦୀ ସ୍ଲୋଗାନ୍‌ ଦେବା ସହ ମାନୋକୱାରୀ, ଜୟପୁରା ଓ ପୂର୍ବ ଜାଭାର ସୁରବାୟା, ମାଲାଙ୍ଗଠାରେ ଶୋଭାଯାତ୍ରା ବାହାର କରିଛନ୍ତି। ପୁଲିସ ବିକ୍ଷୋଭକାରୀଙ୍କୁ ଦମନ ଉଦ୍ୟମ କରିବାରେ ସେମାନେ ଅଧିକ ଉତ୍‌କ୍ଷିପ୍ତ ହୋଇ ବନ୍ଦର ସହର ସୋରଙ୍ଗସ୍ଥିତ ଏକ କାରାଗାର ଓ ଏକାଧିକ ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ସେମାନଙ୍କ ଢ଼େଲାପଥର ମାଡ଼ରେ କାରାଗାର କର୍ମଚାରୀ ଆହତ ହୋଇଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories