www.samajalive.in
Friday, December 12, 2025
23.1 C
Bhubaneswar

୪୪ ବର୍ଷ ପୁରୁଣା ମିଗ ଯୁଦ୍ଧ ବିମାନକୁ ନେଇ ବାୟୁସେନା ମୁଖ୍ୟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ : ପାକିସ୍ତାନର ଏଫ-୧୬ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ବିଧ୍ବଂସ କରିଥିବା ମିଗ-୨୧ ଯୁଦ୍ଧ ବିମାନକୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ବି.ଏସ. ଧନୱା ମଙ୍ଗଳବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ୪୪ ବର୍ଷ ପୁରୁଣା ଏହି ଯୁଦ୍ଧ ବିମାନ ଉଡାଇବା ଏକ ବଡ ଆହ୍ବାନ। ଏତେ ପୁରୁଣା କାର ମଧ୍ୟ କେହି ଚଳାଉ ନ ଥିବା ବେଳେ ବାୟୁସେନା ପାଇଲଟମାନେ ୪ ଦଶନ୍ଧି ପୁରୁଣା ଯୁଦ୍ଧ ବିମାନ ଉଡାଇବାକୁ ବାଧ୍ୟ ହେଉଛନ୍ତି ବୋଲି ବାୟୁ ସେନାର ଆଧୁନିକୀକରଣ ଓ ସ୍ବଦେଶୀକରଣ ସମ୍ବନ୍ଧୀୟ ଏକ ଆଲୋଚନାରେ ଭାଗନେଇ ଧନୱା ଏହା କହିଛନ୍ତି।

ସୂଚନା ଅନୁସାରେ ରୁଷ ନିର୍ମିତ ଏହି ଯୁଦ୍ଧ ବିମାନଗୁଡିକର କାର୍ଯ୍ୟ ଅବଧି ୨୦୧୯ ଡିସେମ୍ବରରେ ଶେଷ ହେବାକୁ ଯାଉଛି। ଦୀର୍ଘବର୍ଷ ପୁରୁଣା ଏହି ମିଗ ବିମାନ ଉଡାଇବା ସମ୍ପୂର୍ଣ୍ଣ ସଙ୍କଟପୂର୍ଣ୍ଣ। ଏଥିଯୋଗୁ ଅତୀତରେ ଆକାଶମାର୍ଗରେ ଅନେକ ଦୁର୍ଘଟଣା ଘଟି ବହୁ ପାଇଲଟଙ୍କ ଜୀବନହାନି ହୋଇଛି। ତଥାପି ଭାରତୀୟ ବାୟୁ ସେନାରୁ ମିଗ ବିମାନକୁ ହଟାଯାଇ ନାହିଁ। ସେପ୍ଟେମ୍ବର ୩୧ରେ ଧନୱା ବାୟୁସେନା ମୁଖ୍ୟ ପଦରୁ ଅବସର ଗ୍ରହଣ କରିବେ। ସେପ୍ଟେମ୍ବର ୨ରେ ସେ ଶେଷଥର ପାଇଁ ମିଗ-୨୧ ଟାଇପ ୯୬ ବିମାନ ଉଡାଇବେ ବୋଲି ଧନୱା ଆଶା ବ୍ୟକ୍ତ କରିଛନ୍ତି। ଧନୱା ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ବେଳେ ମଧ୍ୟ ଏହି ମିଗ-୨୧ ଟାଇପ ୯୬ ଯୁଦ୍ଧ ବିମାନ ଉଡାଇଥିଲେ। ସେ ଦର୍ଶାଇଛନ୍ତି ଯେ ଭାରତ ଏହାକୁ ବାରମ୍ବାର ମରାମତି କରି ବ୍ୟବହାର କରୁଥିବାରୁ ବିମାନଗୁଡିକ ଏ ଯାବତ କାର୍ଯ୍ୟରେ ନିୟୋଜିତ ଅଛି। ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟରୁ ୯୫% ଭାରତରେ ନିର୍ମାଣ କରାଯାଉଛି। ରୁଷ ଏହାର ନିର୍ମାତା ହୋଇ ମଧ୍ୟ ଏବେ ଏହି ବିମାନଗୁଡିକୁ ଆଉ ଉଡାଉ ନାହିଁ; କିନ୍ତୁ ଭାରତରେ ମରାମତି ବ୍ୟବସ୍ଥା ଥିବାରୁ ଭାରତୀୟ ବାୟୁସେନା ପାଇଲଟଙ୍କୁ ମିଗ ବିମାନ ଉଡାଇବାକୁ ପଡୁଛି। ୧୯୭୩-୭୪​‌େର ମିଗ-୨୧ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ୨୦୦୬ ସୁଦ୍ଧା ୧୧୦ଟି ମିଗ-୨୧ ଜେଟ୍‌ର ମରାମତି କରାଯାଇଥିଲା। ସେଥିରେ ଶକ୍ତିଶାଳୀ ବହୁମୁଖୀ ରାଡାର, ଅଧିକ ଉତ୍ତମ ବିମାନ ଏବଂ ଯୋଗାଯୋଗ ବ୍ୟବସ୍ଥା କରାଯାଇଥିଲା। କାରଗିଲ ଯୁଦ୍ଧରେ ସହିଦଙ୍କ ସମ୍ମାନାର୍ଥେ ୨୦୧୭ ମେ’ରେ ଆୟୋଜିତ ୪ଟି ବିମାନର ସମ୍ବଳିତ ‘ମିଶିଂ ମ୍ୟାନ’ କାର୍ଯ୍ୟକ୍ରମରେ ଏୟାର ଚିଫ ମାର୍ଶଲ ଧନୱା ମିଗ-୨୧ ଉଡାଇଥିଲେ। ବିଗତ ୪୦ ବର୍ଷ ମଧ୍ୟରେ ଭାରତର ୮୭୨ ମିଗ ଯୁଦ୍ଧ ବିମାନ ମଧ୍ୟରୁ ଅର୍ଦ୍ଧାଧିକ ନଷ୍ଟ ହୋଇସାରିଛି ବୋଲି ନିକଟରେ ସଂସଦରେ ସୂଚନା ଦିଆଯାଇଥିଲା। କାରଗିଲ ଯୁଦ୍ଧରେ ଏହି ବିମାନଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ମାତ୍ର ପରେ କ୍ରମାଗତ ଦୁର୍ଘଟଣା କାରଣରୁ ଏହାକୁ ଫ୍ଲାଇଂ କଫିନ ମଧ୍ୟ କୁହାଯାଉଥିଲା। ୨୦୧୯ ଡିସେମ୍ବରରେ ଏହାର ଦୁଇଟି ସ୍କ୍ବାର୍ଡନ ମିଗ-୨୧ ଏବଂ ମିଗ-୨୭ର କାର୍ଯ୍ୟଅବଧି ସମାପ୍ତ ହୋଇଯିବ।

- Advertisement -

ଅନ୍ୟପଟେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନର ଅଭାବ ରହିଥିବା ଜଣାପଡିଛି। ଭାରତୀୟ ବାୟୁସେନାରେ ୪୨ ସ୍କ୍ବାର୍ଡନ ରଖିବାର ଅନୁମତି ଥିବା ବେଳେ ଏବେ କେବଳ ୩୧ ସ୍କ୍ବାର୍ଡନ ହିଁ ରହିଛି। ଭାରତର ପଡୋଶୀ ରାଷ୍ଟ୍ରଗୁଡିକ ପରମାଣୁ ଶକ୍ତି ସମ୍ପନ୍ନ ହୋଇଥିବା ବେଳେ ନିଜ ନିଜ ଯୁଦ୍ଧ ବିମାନର ଆଧୁନିକୀକରଣ ମଧ୍ୟ କରାଉଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ବାୟୁସେନା ପାଇଁ ୪୨ ସ୍କ୍ବାର୍ଡନ ମଧ୍ୟ ପର୍ଯ୍ୟାପ୍ତ ନୁହେଁ ବୋଲି ଧନୱା ପୂର୍ବରୁ ପ୍ରକାଶ କରିଛନ୍ତି।
ଚୀନ ନିକଟରେ ଥିବା ମୋଟ ୧୭୦୦ ଯୁଦ୍ଧ ବିମାନ ମଧ୍ୟରୁ ୮୦୦ଟି ଚତୁର୍ଥ ପିଢିର ବିମାନ। ସେହିଭଳି ପାକିସ୍ତାନ ମଧ୍ୟ ଏପ-୧୬ ଯୁଦ୍ଧ ବିମାନରେ ଆଧୁନିକୀକରଣ କରି ତାହାକୁ ଚତୁର୍ଥ ଓ ପଞ୍ଚମ ପିଢି ଯୁଦ୍ଧବିମାନ ସମକକ୍ଷ କରାଇଛି। ଏହାବାଦ ପାକିସ୍ତାନ ଜେଏଫ ୧୭ ବିମାନକୁ ମଧ୍ୟ ଏହାର ବାୟୁସେନାରେ ସାମିଲ କରିଛି। ଭାରତ ରୁଷ ଠାରୁ ଅତ୍ୟାଧୁନିକ ରାଫେଲ ବିମାନ ପାଇଁ ରାଜିନାମା ସ୍ବାକ୍ଷର କରିଥିବା ବେଳେ ସେଗୁଡିକ ଭାରତ ପହଞ୍ଚିବା ଅପେକ୍ଷାରେ ରହିଛି ଭାରତୀୟ ବାୟୁସେନା। ସେପ୍ଟେମ୍ବର

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories