ଅସଲି ଓ ନକଲି କେଶର ପରଖିବାର ସହଜ ଉପାୟ
ଅସଲି ଓ ନକଲି କେଶର ଜାଣିବାର ୫ଟି ଉପାୟ
ରଙ୍ଗ ପରିବର୍ତ୍ତନ: ଶୁଦ୍ଧ କେଶର ପାଣିରେ ପଡିଲା ପରେ ତା’ର ଧୀରେ ଧୀରେ ପାଣିରେ ଦେଖାଯାଇଥାଏ । କିନ୍ତୁ ଅପମିଶ୍ରିତ କେଶର ପାଣିରେ ପଡିବା ମାତ୍ରେ ହିଁ ସଙ୍ଗେସଙ୍ଗେ ପାଣିର ରଙ୍ଗ ନାଲି ହୋଇ ଯାଇଥାଏ ।
ସ୍ବାଦ: କେଶର ସୁଗନ୍ଧିତ ହୋଇଥିଲେ ମଧ୍ୟ ଏହାର ସ୍ବାଦ କଷା ବା ପିତା ହୋଇଥାଏ । କେଶର ଅସଲି ବା ନକଲି ଜାଣିବା ପାଇଁ ଅଳ୍ପ କେଶର ନେଇ ପାଟିରେ ପକାନ୍ତୁ । ଯଦି ୧୫ରୁ ୨୦ ମିନିଟ୍ ପରେ ମୁଣ୍ଡରେ ଗରମ ଅନୁଭବ କରୁଛନ୍ତି ତେବେ ତାହା ଅସଲି କେଶର ବୋଲି ଜାଣନ୍ତୁ । କିନ୍ତୁ କେଶର ସ୍ବାଦ ମିଠା ଲାଗିଲେ ଏବଂ ଜିଭ ନାଲି ରଙ୍ଗ ହୋଇଗଲେ ଏହା ନକଲି କେଶର ବୋଲି ଜାଣିନେବେ ।
ବେକିଙ୍ଗ ସୋଡା: ପାଣିରେ ଅଳ୍ପ ବେକିଙ୍ଗ ସୋଡା ପକାଇ କେଶର ଅସଲି ଓ ନକଲି ଜାଣିପାରିବେ । ଏଥିପାଇଁ ଏକ କପରେ ପାଣି ନେଇ ଅଳ୍ପ ବେକିଙ୍ଗ ସୋଡା ପକାଇ ଭଲ ଭାବରେ ପେଣ୍ଟି ଦିଅନ୍ତୁ । ଏବେ ସେହି ପାଣିରେ କେଶର ପକାଇ ପରୀକ୍ଷା କରନ୍ତୁ । ଯଦି ପାଣିର ରଙ୍ଗ କମଳ ବା ନାରଙ୍ଗି ହେଉଛି ତେବେ ତା’ହା ନକଲି କେଶର । ଆଉ ଯଦି ପାଣିର ରଙ୍ଗ ଗାଢ ହଳଦିଆ ହେଉଛି ତେବେ ତାହା ଅସଲି କେଶର । ପାଣିର ରଙ୍ଗ ନାଲି ହେଉଥିବା କେଶର ନକଲି ଅଟେ ।
କେଶର ବହୁତ କୋମଳ ହୋଇଥାଏ । ଏହାକୁ ହାତରେ ଧରିବା ବେଳେ ଭାଙ୍ଗି ଯାଇଥାଏ । ଗରମ ସ୍ଥାନରେକେଶର ରଖିବା ଦ୍ବାରା ତାହା ଶୀଘ୍ର ଖରାପ ହୋଇ ଯାଇଥାଏ । କିନ୍ତୁ ନକଲି କେଶର ନଷ୍ଟ ହୋଇନଥାଏ, ପୂର୍ବ ଭଳି ରହିଥାଏ ।
ଉଷୁମ ପାଣିରେ କେଶର ପକାଇଲେ ତାହା ଭଲ ଭାବରେ ମିଶି ଯାଇଥାଏ । ଯଦି ବହୁତ ସମୟ ଉଷୁମ ପାଣିରେ ରଖିଲା ପରେ ତାହା ମିଶୁ ନାହିଁ ତେବେ ନକଲି କେଶର ବୋଲି ବୁଝିଯିବେ ।
Comments are closed.