www.samajalive.in
Monday, December 15, 2025
27.1 C
Bhubaneswar

ଫଳ ଓ ପନିପରିବାକୁ ଅଧିକ ଦିନ ସତେଜ ରଖିବାର ଉପାୟ

ପନିପରିବା ହେଉ ଅବା ଫଳ, ଘରେ ଏଗୁଡିକୁ ବେଶି ଦିନ ସାଇତି ରଖିବା ସମ୍ଭବପର ନୁହେଁ। ଫ୍ରିଜ୍‌ରେ ରଖିଲେ ମଧ୍ୟ ଏହା ବେଶି ଦିନ ରୁହେ ନାହିଁ, ଶୀଘ୍ର ନଷ୍ଟ ହୋଇଯାଏ। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ ଜଣାଇବୁ। ଯାହା ଦ୍ବାରା ଆପଣ ଫଳ ଓ ପନିପରିବାକୁ ଘରେ ବେଶି ଦିନ ପର୍ଯ୍ୟନ୍ତ ସାଇତି ରଖିପାରିବେ।
– ଟମାଟରକୁ ଫ୍ରଜି୍‌ରେ ରଖନ୍ତୁ ନାହିଁ। ତାହାକୁ ଘରେ ସାଧାରଣ ତାପମାତ୍ରାରେ ରଖିଲେ ଅଧିକ ଦିନ ସୁରକ୍ଷିତ ରହିଥାଏ।
-ଆଳୁକୁ ସର୍ବଦା ସେଓ ସହ ରଖନ୍ତୁ। ଏହା ଦ୍ବାରା ଆଳୁ ବେଶୀ ଦିନ ରହିଥାଏ।
-କଟା ଲେମ୍ବୁକୁ ରଖନ୍ତୁ ନାହିଁ। କୌଣସି ଏକ କଣ୍ଟାରେ ଲେମ୍ବୁକୁ କଣା କରି ଆବଶ୍ୟକୀୟ ଅନୁଯାୟୀ ରସ ବାହାର କରନ୍ତୁ ଏବଂ ପରେ ସେହି ଲେମ୍ବୁକୁ ଫ୍ରିଜରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଲେମ୍ବୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଖରାପ ହୋଇନଥାଏ।
-ସେଓକୁ କାଟିକି ରଖିବା ଦ୍ବାରା ତାହା ଫିକା ହଳଦିଆ ରଙ୍ଗ ହୋଇଯାଏ। ତେଣୁ କଟା ସେଓରେ ଏକ ଗ୍ଲାସ ପାଣି ଓ ଲୁଣ ପକାଇ କିଛି ସମୟ ରଖି ଦିଅନ୍ତୁ। ପରେ ଏକ ଏୟର ଟାଇଟ୍ ଡବାରେ ବନ୍ଦ କରି ରଖନ୍ତୁ।
-ସବୁଜ ପତ୍ର ଜାତୀୟ ପରିବାର ଡେମ୍ଫ ଭାଙ୍ଗି ଏକ ପେପରରେ ଗୁଡାଇ ରଖନ୍ତୁ। ଏହା ଦ୍ବାରା ପତ୍ର ଜାତୀୟ ପରିବା ବେଶି ଦିନ ରହିଥାଏ।
-ଏକ ପ୍ଲାଷ୍ଟିକ ଡବାରେ ପାଣି ନେଇ ସେଥିରେ ଗାଜରକୁ ରଖି ଡବା ବନ୍ଦ କରି ଫ୍ରିଜରେ ରଖନ୍ତୁ। ଏହା ଦ୍ବାରା ଗାଜର ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ।
-ଷ୍ଟ୍ରବେରୀକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ଏକ ଗ୍ଲାସ ପାଣିରେ ସିରକା ପକାଇ ଧୋଇ ଦିଅନ୍ତୁ। ପରେ ସାଧାରଣ ପାଣିରେ ଧୋଇ ଏକ କପଡାରେ ପୋଛି ଷ୍ଟୋର କରି ରଖନ୍ତୁ।
-ଫ୍ରିଜରେ ହେଉ ଅବା ସାଧାରଣ ତାପମାତ୍ରାରେ କଦଳୀ ଶୀଘ୍ର ନଷ୍ଟ ହୋଇଯାଏ। ଯଦି ଆପଣ ଏହାକୁ ଏୟର ଟାଇଟ୍ ପ୍ଲାଷ୍ଟକ ବ୍ୟାଗରେ ରଖିବେ ତେବେ ତାହା ବେଶି ଦିନ ରହିବ।  

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories