www.samajalive.in
Monday, December 15, 2025
27.1 C
Bhubaneswar

ଧାମରାରେ ନୂତନ ହେନ୍ତାଳ ବଣର ପରିକଳ୍ପନା ନେଇ ସଚେତନତା ଶିବିର

ଧାମରା: ଧାମରା ନିକଟସ୍ଥ ଜୟଦୁର୍ଗାପାଟଣା ଠାରେ ୭୦ ଏକର ଜମି ରେ ହେନ୍ତାଳ ବଣ ସୃଷ୍ଟି କରାଯିବା ନେଇ ଗୁରୁବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଭଦ୍ରକ ଡିଏଫଓ (ବନ୍ୟପ୍ରାଣୀ) ପୂର୍ଣିମା ପାଣ୍ଡିଆନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହେନ୍ତାଳ ବଣ ସୃଷ୍ଟି କରାଗଲେ ଏହାଦ୍ୱାରା ଜୀବଜଗତର ଜୀବନ୍ୟାସ ହେବା ସହ ଏହି ହେନ୍ତାଳ ବଣ ସମସ୍ତ ବୃକ୍ଷରାଜି ଠାରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସକୁ ଅମ୍ଳଜାନରେ ପରିଣତ କରିବାକୁ ସହାୟ ହୋଇଥାଏ ବୋଲି ମତ ରଖିଥିଲେ।୧୯୯୯ ରେ ହୋଇଥିବା ମହାବାତ୍ୟାରେ ଧାମରା ଅଞ୍ଚଳରେ ଏହି ହେନ୍ତାଳ ବଣ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା କଥା ମଧ୍ୟ ଉଦାହରଣ ଦେଇଥିଲେ। ଚାନ୍ଦବାଲି ରେଞ ଅଧିନସ୍ଥ ଧାମରା ଠାରେ ଆଗାମୀ ଦିନରେ ଏହି ନୂତନ ହେନ୍ତାଳ ବଣ ସୃଷ୍ଟି କରାଯିବ ଏବଂ ଏହା ଭଦ୍ରକ ଠାରେ ଥିବା କୃଷୀ ବିଜ୍ଞାନ କେନ୍ଦ୍ରର ସହାୟତାରେ ବୈଜ୍ଞାନିକ ପଦ୍ଧତିରେ ସୃଷ୍ଟି ଏବଂ ପରିଚାଳନା କରାଯିବ। ଆଜି ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିରରେ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ରର ଡ.ଅରବିନ୍ଦ ଦାସ ସଭାପତିତ୍ୱ କରିଥିବା ବେଳେ ବୈଜ୍ଞାନିକ ଗୟାଧର ସିଅଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ହେନ୍ତାଳ ବଣର ଉପକାରିତା ଏବଂ ଜୈବ ବିବିଦ୍ଧତା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ପରିଚାଳକ ତଥା ବୈଜ୍ଞାନିକ ମଣ୍ଟୁ ଚୈାଧୁରୀ ଯୋଗ ଦେଇ ବୃଷ ତଥା ଲୁଣା ଅଞ୍ଚଳରେ ଗଛ ମାନଙ୍କର ଉପକାରିତା ଉପରେ ଆଲୋକପାତ କରିଥିଲେ। ଆଜିର ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ମା ଧାମରାଇ ମତ୍ସ୍ୟଜିବୀ ସଂଘର ପୂର୍ବତନ ସଂପାଦକ ପ୍ରଫୁଲ ଜେନା ,ଅଭିମନ୍ୟୁ ରାଉତ, ଚାନ୍ଦବାଲି ରେଞର ସୁବାଶ ନାୟକ ,ଧାମରା ବନପାଳ ଗଦାଧର ବିଶ୍ୱାଳ, ଲକ୍ଷ୍ମୀଧର ବାରିକ, ବନରକ୍ଷୀ ସୁଶୀଲ ସିଂ, ମଙ୍ଗଳ ହେମ୍ବ୍ରମ,ଚନ୍ଦନୀପାଳ ବାଲିଚର ମତ୍ସ୍ୟଜିବୀ ସଂଘର ବଳରାମ ମାଝୀ, ଅଶୋକ ଗିରି,ତପନ ପରିଡା, ମାଧାଇ ଦାସ, ସୁରେନ୍ଦ୍ର ମାଝୀ, ସୁକୁମାର ମାଇତି, ବସନ୍ତ ମାଝୀ, ସୁର ମାଝୀ , ବିମାନ ଗିରି ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ଧାମରା ବନପାଳ ଗଦାଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories