ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଟଭାସରୁଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଅବହେଳା ଯୋଗୁଁ ଏକ ଛାତ୍ର ହଷ୍ଟେଲରୁ ୨୨୦ନମ୍ବର ରାଜପଥରେ ୭ କିଲୋମିଟର ଚାଲି ଚାଲି ଯାଉଥିବା ସମୟରେ ସାହାରପଡା ଛକରୁ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ ସାହାରପଡା ବ୍ଲକ ଟଭାସରୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ମୟୂରଭଞ୍ଜ ଜିଲ୍ଲା କେନ୍ଦୁମୁଣ୍ଡି ଅଞ୍ଚଳର ଜଣେ ଛାତ୍ର ରହି ପଢୁଥିଲେ। ଆଜି ସ୍କୁଲ ଛୁଟି ହେବା ପରେ ଛାତ୍ରାବାସରେ ଶିକ୍ଷକ ଅନୁପସ୍ଥିତ ଥିବାବେଳେ ଛୁଆଙ୍କ ଭିତରେ ଝଗଡା ସୃଷ୍ଟି ହୋଇଥିଲା। ତେବେ ଛାତ୍ରଟି ସ୍କୁଲରୁ ପାଦ କାଢି ଘରକୁ ଯିବା ପାଇଁ ନିଷ୍ପତି ନେଇଥିଲା ଓ ରାଜପଥରେ ୭କିଲୋମିଟର ଚାଲି ଚାଲି ସାହାରପଡା ଛକରେ ପହଞ୍ଚିବା ବେଳେ କିଛି ଲୋକ ପିଲାଟି କାନ୍ଦି କାନ୍ଦି ଯାଉଥିବା ସମୟରେ ସିଦ୍ଧାର୍ଥ ଶଙ୍କର ଚକ୍ର ଓ ବଳରାମ ସେଠୀ ନାମକ ଦୁଇ ଜଣ ଯୁବକ ଛାତ୍ର ଜଣଙ୍କୁ ପଚାରିବାରୁ ସେ ଟଭାସରୁଆ ସ୍କୁଲର ଛାତ୍ର ଓ ତାକୁ ଛାତ୍ରାବାସରେ ଶିକ୍ଷକ ନଥିବା ସମୟରେ ସାଙ୍ଗ ପିଲା ମାରିବାରୁ ସେ ଛାତ୍ରାବାସ ଛାଡ଼ି ଆସିଥିବା କହିଥିଲା। ଯୁବକ ଦ୍ବୟ ସେଠାରୁ ଛାତ୍ରଟିକୁ ଉଦ୍ଧାର କରି ସ୍କୁଲରେ ଛାଡିଛନ୍ତି।
ଏନେଇ ସାହାରପଡା ବିଇଓ ସୁରେନ୍ଦ୍ର ପାତ୍ରଙ୍କୁ ଯୋଗାଯୋଗ କରାଯିବା ପରେ ସେ ଘଟଣାଟିକୁ ସ୍ୱୀକାର କରିବା ସହ ଛାତ୍ରାବାସରେ ଥିବା ଶିକ୍ଷକ ମାର୍କେଟିଂ ପାଇଁ ବାହାରକୁ ଯାଇଥିବା ସମୟରେ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଏପରି ଘଟିଥିବା ପ୍ରକାଶ କରିଛନ୍ତି।



