ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ ହେବ। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ଶାରୀରିକ ଅସୁସ୍ଥତା ପ୍ରାପ୍ତ ହୋଇପାରେ। ଶୁକ୍ରବାର ଓ ଶନିବାର ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀ କବଚ ପାଠ କରନ୍ତୁ।

ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆୟ ଅପେକ୍ଷା ବ୍ୟୟ ଅଧିକ ରହିପାରେ। ବୁଧବାର ଓ ଗୁରୁବାର କର୍ମ ଅନୁରୂପ ଫଳ ପ୍ରାପ୍ତ ହେବ। ଜ୍ଞାନ ଲାଭ ହେବ। ଶୁକ୍ରବାର ଓ ଶନିବାର ପ୍ରଗତିରେ ପଥରୋଧ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ ନିଯୁକ୍ତି ମିଳିପାରେ। ଶ୍ରୀ ଯୁକ୍ତ ହେବେ। ବୁଧବାର ଓ ଗୁରୁବାର ଶତ୍ରୁଠାରୁ ଦୂରେଇ ରହନ୍ତୁ। ଭଲରେ ମନ୍ଦ ଘଟିପାରେ। ଶୁକ୍ରବାର ଓ ଶନିବାର ଭାଇଙ୍କ ସହଯୋଗ ପ୍ରାପ୍ତ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ; ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରିବେ। ମନ ଅଶାନ୍ତ ରହିବ। ବୁଧବାର ଓ ଗୁରୁବାର ଧନ ଲାଭ ହେବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ଭାଇଙ୍କ ସହ ମତଭେଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ନମଃ ମନ୍ତ୍ର ଜପ କରନ୍ତୁ।

ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମପ୍ରବଣତା ଆପଣଙ୍କର ଭୂଷଣ ହୋଇପାରେ। ସୌଖୀନ ଦ୍ରବ୍ୟ ପ୍ରାପ୍ତ ହେବେ। ବୁଧବାର ଓ ଗୁରୁବାର ଶତ୍ରୁତାର ସମ୍ମୁଖୀନ ହେବେ। ସ୍ବାସ୍ଥ୍ୟହାନି ଘଟିବ। ଶୁକ୍ରବାର ଓ ଶନିବାର ଆର୍ଥିକ ସ୍ଥିତି ଉନ୍ନତ ରହିବ। ପ୍ରତିଷ୍ଠା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୂର୍ଯ୍ୟାଷ୍ଟକ ପାଠ କରନ୍ତୁ।

କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ଆୟ ବୃଦ୍ଧି ଘଟିବ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ବାକ୍‌-ସଂଯମତା ରକ୍ଷା କରନ୍ତୁ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।

prayash

ତୁଳା: ରବିବାର ଓ ସୋମବାର ଭାଗ୍ୟବାଦୀ ହେବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁକ୍ରବାର ଓ ଶନିବାର ନୂତନ ଜମିବାଡ଼ି କିଣାକିଣି କରିବାକୁ ଯୋଜନା କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକମଳାତ୍ମିକା ମନ୍ତ୍ର ଜପ କରନ୍ତୁ।

ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। କର୍ମକ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ବିଳମ୍ବେ କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ପାରିବାରିକ ଶାନ୍ତି ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଜରଙ୍ଗବାଣ ପାଠ କରନ୍ତୁ।

ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦାମ୍ପତ୍ୟରେ ଆନନ୍ଦ ଲାଭ ହେବ। ପ୍ରେମରେ ସଫଳତା ଲାଭ କରିବେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ ଚିନ୍ତାଧାରା ବୃଦ୍ଧିହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିଷ୍ଠା ଲାଭ କରିବେ। ବୁଧବାର ଓ ଗୁରୁବାର ଆର୍ଥିକ ଅନଟନ ଦୂରୀଭୂତ ହେବ। ଦୂରଯାତ୍ରା କରିବେ। ଶୁକ୍ରବାର ଓ ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଆନନ୍ଦରେ ନିରାନନ୍ଦ ସୃଷ୍ଟି ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କୁମ୍ଭ: ରବିବାର ଓ ସୋମବାର ପିଲାଙ୍କୁ ନେଇ ବ୍ୟସ୍ତ ଓ ବିବ୍ରତ ରହିବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ଧନ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନୃସିଂହ ମନ୍ତ୍ର ଜପ କରନ୍ତୁ।

ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ହଇରାଣ ହେବେ। ପ୍ରତିଷ୍ଠା କ୍ଷୁଣ୍ଣ ହୋଇପାରେ। ବୁଧବାର ଓ ଗୁରୁବାର କର୍ମଅନୁରୂପ ଫଳପ୍ରାପ୍ତ ହେବ। ଆୟ ବୃଦ୍ଧି ଘଟିବ। ଶୁକ୍ରବାର ଓ ଶନିବାର ପୈତୃକ ସମ୍ପତ୍ତିକୁ ନେଇ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

kalyan agarbati

Comments are closed.