ସୋମବାର ରାଶିଫଳ (୨୭.୦୩.୨୦୨୩

ମେଷ : ବହୁ ପୁଣ୍ୟକର୍ମ ହେତୁ ଧନୀ ହୋଇପାରନ୍ତି। ପ୍ରଭାବଶାଳୀ ହେବା ଆଶା କରାଯାଏ। ନୀତିମାନ୍‌ ହୋଇପାରନ୍ତି। ପୁତ୍ର ସନ୍ତାନ ଲାଭର ସୌଭାଗ୍ୟ ଅଛି। ଅତିଥି ସତ୍କାର କରିବାର ସୁଯୋଗ ମିଳିପାରେ। ସୁଖୀ ହେବେ।

ବୃଷ : ଶୌର୍ଯ୍ୟଶାଳୀ ହେବେ। ସୁଖଭୋଗ କରିବେ। କ୍ଲେଶ ସହିଷ୍ଣୁ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିଯୁକ୍ତ, ଗୃହୀ ଓ ଧନ ସଞ୍ଚୟକାରୀ ହେବେ। କମନୀୟ ଶରୀର ଓ ସ୍ଥିର ସମ୍ପତ୍ତିଯୁକ୍ତ ହେବେ।

ମିଥୁନ : ପୁଣ୍ୟପ୍ରଭା ପତ୍ନୀଙ୍କ ସଦାସର୍ବଦା ସହଯୋଗ ପାଇ ଆଦର୍ଶ ପୌରୁଷଯୁକ୍ତ ହୋଇପାରନ୍ତି। ସ୍ଥିର ମସ୍ତିଷ୍କଯୁକ୍ତ ହେବେ। ସ୍ନେହୀ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ନିରୀହଙ୍କୁ ଆଶ୍ରୟ ପାଇଁ ଧନ ବ୍ୟୟ କରିବେ।

କର୍କଟ : ବହୁ ସାଧୁ ସେବାରେ ଧନ ବୁଦ୍ଧି କରିବେ। ସେବା ପରାୟଣ ହୋଇ ଧନ ପ୍ରାପ୍ତ ହେବେ। କୃଷି କର୍ମରୁ ବିଶେଷ ଲାଭପ୍ରାପ୍ତ ହୋଇପାରନ୍ତି। ଶାସ୍ତ୍ର ଅଧ୍ୟୟନ ଓ ସାଧୁସେବାକୁ ସୁଫଳ ଦାୟକ ହେବ।

ସିଂହ : ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଯତ୍ନଶୀଳ ହେବାକୁ ପଡ଼ିବ। ଦ୍ବିଜ, ଗୁରୁ ଓ ଦେବତା ଭକ୍ତ ହୋଇପାରନ୍ତି। ନିଜ ବଳାର୍ଜିତ ଧନ ସେବା କାର୍ଯ୍ୟରେ ଖର୍ଚ୍ଚ କରିବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ଲାଭବାନ୍‌ ହେବେ।

କନ୍ୟା : ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ନେଇ କାର୍ଯ୍ୟ କରିବେ। ସବୁ କାର୍ଯ୍ୟରେ ସଫଳ ହେବେ। ଦୀନ ଦରିଦ୍ରଙ୍କ ଦୁଃଖରେ ଦୁଃଖୀ ହୋଇପାରନ୍ତି। ଗୋ-ବ୍ରାହ୍ମଣ ସେବାରେ ନିଜକୁ ଉତ୍ସର୍ଗ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।

prayash

ତୁଳା : ଆଳସ୍ୟ ପରାୟଣତା ଧନ ହାନିର କାରଣ ହୋଇପାରେ। ଦୃଢ଼ ମନୋବଳକୁ ପାଥେୟ କରି ଓ ଲାଭକ୍ଷତି ବିଚାର ନିର୍ବିଶେଷରେ କର୍ମକରି ଚାଲିବେ। ଯାନବାହନରେ ସତର୍କତା ଅବଲମ୍ବନ କରିବେ।

ବିଛା : କଳା କୁଶଳୀ ହୋଇପାରନ୍ତି। ନିର୍ଭୟରେ ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶେଷରେ କୃତକାର୍ଯ୍ୟ ହେବେ। ଦୈବୀ ଶକ୍ତିସମ୍ପନ୍ନ ହୋଇପାରନ୍ତି। ନିଜ ବୁଦ୍ଧିବଳରେ ଆୟ ବୃଦ୍ଧି କରିବେ।

ଧନୁ : ଶତ୍ରୁକୁ ପରାସ୍ତକରି ବିଜୟୀ ହେବେ। ଯୋଗାରୁଢ଼ ଭାବେ ଓ ଏକାଗ୍ରତାର ସୁଫଳ ମିଳିବ। ନ୍ୟାୟ, ଧର୍ମ ପରାୟଣ ହୋଇ ପାରନ୍ତି। କର୍ମଚଞ୍ଚଳ ରହିବେ। ଦାତା ଓ ଭୋକ୍ତା ହୋଇପାରନ୍ତି।

ମକର : ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ଗୁଣୀ ବ୍ୟକ୍ତିଙ୍କ ଆଦରଣୀୟ ହେବେ। ବନ୍ଧୁ ମିଳନ ଘଟିପାରେ। ଆୟ ଊଣା ହେବ ନାହିଁ। ଶୀର୍ଷାସନ ଲାଭ ପାଇଁ ଉଦ୍ୟମ ଜାରି ରଖିବେ। ଚିନ୍ତାଶୀଳ ହୋଇପାରନ୍ତି।

କୁମ୍ଭ : ପୁଷ୍ପାଦି ଭୂଷଣ ଭୋଗ କରିପାରନ୍ତି। ସତ୍ୟବକ୍ତା ହେବେ। କଅଁଳ କଥା କହି ଜନମନ ତୋଷ କରିପାରନ୍ତି। ଜନୈକା ମହିଳାଙ୍କ ଉଦ୍ୟମରୁ ଧନ ପ୍ରାପ୍ତିରୁ ସୁଯୋଗ ଆସିବ। ଶକ୍ତିକୁ ଅାବାହନ କରି କର୍ମତତ୍ପର ହେବେ।

ମୀନ : ସଙ୍ଗୀତପ୍ରିୟଙ୍କ ସହ ମିତ୍ରତା ସ୍ଥାପନ କରି ଆତ୍ମସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ପଥପ୍ରଦର୍ଶକ ହେବେ। ଦୈବୀ ବଳରେ ବଳୀୟାନ ହେବେ। ଜନତାଙ୍କ ସେବାକରି ସେମାନଙ୍କ ପ୍ରିୟ ହେବେ।

Comments are closed.