ମଙ୍ଗଳବାର ରାଶିଫଳ (୨୫ ଜୁଲାଇ ୨୦୨୩)

ମେଷ : ଅନାବଶ୍ୟକ ବ୍ୟୟ କରିପାରନ୍ତି। ଉତ୍ତମ ମାନର ଶିକ୍ଷା ଲାଭ କରିବେ। ବିଦ୍ବାନ୍‌ ଓ ରୋଗହୀନ ହେବେ। ଶତ୍ରୁ ପରାଜିତ ହେବେ। ସାଧୁ ଭକ୍ତ ହେବେ। ସୁବର୍ଣ୍ଣାଦି ଆଭରଣ ଓ ଦାମିକା ବସ୍ତ୍ରାଭରଣ ହେବେ।

ବୃଷ : ନାନାବିଧ ଶସ୍ୟ ଉତ୍ପନ୍ନ କରିବାରେ ସକ୍ଷମ ହେବେ। ଚତୁଷ୍ପଦ ପ୍ରାଣୀ ଲାଭର ସୂଚନା ମିଳୁଛି। ବିନୟ ଭାବାପନ୍ନ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ଯାନବାହନ ଯୁକ୍ତ ହେବେ। ସୁଖୀ ହେବେ।

ମିଥୁନ : ଆର୍ଥିକ ସ୍ଥିତି ଦୃଢ଼ ରହିବ। ଅଶାନ୍ତିର ଅବସାନ ଘଟିବ। ଦେବ ଦର୍ଶନ ସହିତ ସରକାରୀ ଲାଭ ମିଳିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ : ଭାଇ ବଳରେ ବଳୀୟାନ ହେବେ। ସର୍ବକାଳୀନ ସମୃଦ୍ଧ ରହିବେ। ଚତୁଷ୍ପଦ ପ୍ରାଣୀ ଲାଭ ହୋଇପାରେ। ବନ୍ଧୁତା ବିସ୍ତାରିତ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। କୀର୍ତ୍ତିମାନ ହେବେ। ସହିଷ୍ଣୁ ହୋଇପାରନ୍ତି।

ସିଂହ : ସନ୍ମାର୍ଗୀ ହେବେ। ଭାଷା ପ୍ରେମପୂର୍ଣ୍ଣ ହେବ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଆଖି ଦୁଇଟି ତେଜୀୟାନ୍‌ ଓ ବିସ୍ଫାରିତ ହୋଇପାରେ। ସୁଖାଦ୍ୟ ମିଳିବ। ସରକାରୀ ବା ବନ୍ଧୁ ସୂତ୍ରରୁ ଆର୍ଥିକ ସହାୟତା ମିଳିବ।

କନ୍ୟା : ନିଜ ଗୁଣର ପ୍ରସାର ଘଟାଇବାରେ ସକ୍ଷମ ହୋଇପାରନ୍ତି। ମଧୁର ବ୍ୟବହାରରେ ପରକୁ ଆପଣାର କରିବାରେ ସକ୍ଷମ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆୟ ଭଲ ହେବ।

prayash

ତୁଳା : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ନାନା ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବିଛା : କର୍ମତତ୍ପର ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହୋଇପାରନ୍ତି। ପ୍ରଜ୍ଞାଶୀଳ ହେବେ। ନୀତିନିଷ୍ଠ ହେବେ। କଥାବାର୍ତ୍ତା ପ୍ରାଣସ୍ପର୍ଶୀ ହେବ। ରାଜପୂଜା ମିଳିବ।

ଧନୁ : ଧନାଗମର ପ୍ରାବଲ୍ୟ ଆପଣଙ୍କୁ ଅଭିଭୂତ କରିପାରେ। ପ୍ରବଳ ପ୍ରତାପୀ ହେବେ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କ୍ଷମାଶୀଳ ହୋଇପାରନ୍ତି। ତୀର୍ଥକ୍ଷେତ୍ର ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିବେ।

ମକର : ପ୍ରଭାବଶାଳୀ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶ୍ରୁତାନୁରକ୍ତ ହୋଇପାରନ୍ତି। ଧାର୍ମିକ ପ୍ରବର ହେବେ। କ୍ଷମାଶୀଳ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରେମ ଓ କାମରେ ପରାଙ୍‌ମୁଖ ହୋଇପାରନ୍ତି।

କୁମ୍ଭ : ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ। ସେବା ଓ ସମ୍ବେଦନାର ପ୍ରତୀକ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭପ୍ରଦ ହେବ। ଈଶ୍ବର ବିଶ୍ବାସୀ ଓ ଧର୍ମାନ୍ଧ ହେବେ।

ମୀନ : ସପତ୍ନୀକ ସେବା ଭାବନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବା ସହ ସାଂସାରିକ ସୁଖ ପ୍ରାପ୍ତ କରିବେ। ଗୁଣଜ୍ଞ ଓ ଜ୍ଞାନୀ ହେବେ।

Comments are closed.