www.samajalive.in
Saturday, December 13, 2025
26.1 C
Bhubaneswar

ଜଳୁଛି ଗ୍ରୀସ୍‌

ଏଥେନ୍ସ : ଗ୍ରୀସର ଜଙ୍ଗଲରେ ଲାଗିଛି ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ସମଗ୍ର ଗ୍ରୀସ୍‌ର ବାଦଲରେ ଘୋଟି ଯାଇଛି କଳା ଧୂଆଁ। ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଛି ଯେ, ପାଖପାଖ ଜନବହୁଳ ଅଞ୍ଚଳକୁ ନିଆଁ ଗ୍ରାସି ସାରିଛି। ଫଳରେ ଗ୍ରୀସର କୋର୍ଫ୍ୟୁ ରୋଡ୍ସ ଦ୍ବୀପରେ ଜରୁରୀ ଅବସ୍ଥା ଲାଗୁ କରାଯାଇଛି। ଗ୍ରୀସ ରୋଡ୍ସର ଅଧିକାରୀ କହିଛନ୍ତି ଯେ, ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବିପଦରେ ଥିବା ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିସହ
କୋର୍ଫ୍ୟୁ ଦ୍ବୀପରୁ ୨୫୦୦ ପର୍ଯ୍ୟଟକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।
କୋର୍ଫ୍ୟୁ ଦ୍ବୀପର ଉତ୍ତର ଦିଗକୁ ନିଆଁ ବ୍ୟାପିବାରେ ଲାଗିଛି। ତେବେ ଏ ପର୍ଯ୍ୟନ୍ତ କୌଣସି ହୋଟେଲ୍ କିମ୍ବା ଘର ଏଥିରେ କ୍ଷତିଗ୍ରସ୍ତ ହୋଇ ନାହିଁ। କୋର୍ଫ୍ୟୁ ଗ୍ରୀସର ନୂଆ ଦ୍ବୀପ ଯେଉଁଠି ଉଦ୍ଧାର କାର୍ଯ୍ୟ ଚଲାଇବାକୁ ଆଦେଶ ଦିଆଯାଇଛି। ସେଠାକାର ଅବସ୍ଥା ବହୁତ ଗମ୍ଭୀର ରହିଛି। ଅନ୍ୟପକ୍ଷେ ରୋଡ୍ସ ଗ୍ରୀସର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ଏଠାରେ ବିଶେଷ କରି ବ୍ରିଟିଶ, ଜର୍ମାନ ଏବଂ ଫ୍ରାନ୍ସ ପର୍ଯ୍ୟଟକ ଛୁଟି ସମୟ ବିତାଇବାକୁ ଆସନ୍ତି। ଅଗ୍ନିକାଣ୍ଡ କାରଣରୁ ରୋଡ୍ସର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଳି ପାଉଁଶ ହୋଇ ଯାଇଛି। ଏ ପର୍ଯ୍ୟନ୍ତ ୩୫ ବର୍ଗ କିଲୋମିଟର ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇ ଯାଇଛି। ନିଆଁ ୭୯ଟି ସ୍ଥାନରେ ଲାଗିଛି ଏବଂ ଏହାକୁ ଆୟତ୍ତ କରିବା ପାଇଁ ୫ ହେଲିକପ୍ଟର ଏବଂ ୧୭୪ ଫାୟର ଫାଇଟର୍ସଙ୍କୁ ନିୟୋଜିତ କରାଯାଇଛି। ଅଗ୍ନିକାଣ୍ଡ ରୋଡ୍ସ ଦ୍ବୀପ ସହ କୋର୍ଫ୍ୟୁ ଦ୍ବୀପକୁ ମଧ୍ୟ ବ୍ୟାପି ଯାଇଛି। ମଧ୍ୟ ଗ୍ରୀସର ପୂର୍ବତଟରେ ସ୍ଥିତ ଦ୍ବିତୀୟ ସବୁଠୁ ବଡ଼ ଦ୍ବୀପ ଇଭିଆରେ ମଧ୍ୟ ନିଆଁ ଲାଗିଛି। ରୋଡ୍ସରେ ଗୋଟିଏ ସପ୍ତାହ ହେବ ନିଆଁ ଲାଗି ରହିଛି। ଘଣ୍ଟା ପ୍ରତି ୪୯ କିମି ବେଗରେ ପବନ ବହୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଛି। ଗ୍ରୀକ ପୁଲିସର ମୁଖପାତ୍ର କନଷ୍ଟେଟିଆ ଡିମୋଗ୍ଲିଲଡୋ କହିଛନ୍ତି, ଏହା ଗ୍ରୀସରେ ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ଉଦ୍ଧାରକାର୍ଯ୍ୟ। ପୁଲିସ କହିଛି, ୧୬ ହଜାର ଲୋକଙ୍କୁ ସ୍ଥଳଭାଗରେ ଏବଂ ୩ ହଜାର ଲୋକଙ୍କୁ ସମୁଦ୍ର ରାସ୍ତା ଦେଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବାକି ଲୋକ ସଡ଼କ ମାର୍ଗ ଦେଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି।
କିଛିଦିନ ତଳେ ଆମାଜନ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୩,୭୫୦ ବର୍ଗ କିଲୋମିଟର ଅଞ୍ଚଳ ନଷ୍ଟ ହୋଇଯାଇଥିଲା। ଶୁଖିଲା ପାଗ ଯୋଗୁ ପ୍ରତିବର୍ଷ ମେ ଓ ଜୁନ୍‌ରେ ସ୍ୱାଭାବିକ ଭାବେ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହୋଇଥାଏ; କିନ୍ତୁ ଏଥର ବର୍ଷ ଆରମ୍ଭରୁ ତାହା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଉପୁଜିଲେ ଜଙ୍ଗଲ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ମେ ମାସରେ ଆମାଜନର ୨,୨୮୭ ସ୍ଥାନରେ ନିଆଁ ଲାଗିଥିଲା। ୨୦୦୪ ପରଠାରୁ ଏହି ସଂଖ୍ୟା ସର୍ବାଧିକ । ୨୦୧୯ରେ ବ୍ରାଜିଲ୍‌ର ରାଷ୍ଟ୍ରପତି ଭାବେ ଜୈର ବୋଲସୋନାରୋ କ୍ଷମତାକୁ ଆସିଥିଲେ। ପୂର୍ବରୁ ପରିବେଶ ସୁରକ୍ଷା ପାଇଁ ଯେଉଁ ଅଭିଯାନ ଜାରି ରହିଥିଲା, ତାହା ଦୁର୍ବଳ ପଡ଼ିଯାଇଥିଲା। ବୋଲସୋନାରୋ ଜଙ୍ଗଲର ସୁରକ୍ଷା ପରିବର୍ତ୍ତେ ରାଜସ୍ୱ ଆୟ ପାଇଁ ଜଙ୍ଗଲ ପଦା କରିବାକୁ ସେ ଉତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଜଙ୍ଗଲ ସଫା କରି ଚାଷକୁ ସମୃଦ୍ଧ ପାଇଁ ସେ ଜୋର ଦେଉଛନ୍ତି। ଏହାଦ୍ୱାରା ଆମାଜନ୍‌ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ ବୋଲି ତାଙ୍କ ଯୁକ୍ତି। ସେ ଜଙ୍ଗଲ ଅଞ୍ଚଳରେ ବାଣିଜ୍ୟିକ ଖନନ ଓ ଚାଷକୁ ପ୍ରୋତ୍ସାହିତ କରିଥିଲେ। ବୋଲସୋନାରୋଙ୍କ ଏଭଳି କାର୍ଯ୍ୟ ମାନବତା ପ୍ରତି ଘୋର ଅପରାଧ ବୋଲି ଜଙ୍ଗଲପ୍ରେମୀମାନେ ଦର୍ଶାଇଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories