ସୋମବାର ରାଶିଫଳ (୨୫/୦୭/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jul 25, 2022 Share ମେଷ : ଧନାଗମ ହେବ; ମାତ୍ର ବିଳମ୍ବରେ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଚିନ୍ତାମୁକ୍ତ ହୋଇପାରନ୍ତି। ବ୍ୟବସାୟ ଧୀରେ ସୁସ୍ଥେ ଚାଲିବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ। ବୃଷ : କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ରହିବେ। ରୋଜଗାର ଆଶାନୁରୂପ ହେବ। ଚାକିରି କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ବିଦ୍ୟାର୍ଥୀ ଉଚ୍ଚାଭିଳାଷୀ ହେବେ। ମିଥୁନ : ସୁସ୍ଥ ଓ ନିରାମୟ ରହିବେ। ଆୟ ମଧ୍ୟମ ଧରଣର ହେବ। ମନରେ ଅଶାନ୍ତି ଉପୁଜିପାରେ। ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିଦ୍ୟାର୍ଥୀ ଖୁସି ହେବେ। କର୍କଟ : କର୍ମଚଞ୍ଚଳ ରହିବେ। ପ୍ରତ୍ୟେକ କ୍ଷେତ୍ରରେ ନିଜର କର୍ତ୍ତୃତ୍ବ ଜାରି କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ସମ୍ମାନିତ ହେବେ। ସରକାରଙ୍କ କୃପା ପାତ୍ର ହୋଇପାରନ୍ତି । ବିଦ୍ୟାର୍ଥୀ ଆଗକୁ ବଢ଼ିଚାଲିବେ। ସିଂହ : ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସିଦ୍ଧହସ୍ତ ହେବେ। ମନ ଚଞ୍ଚଳ ରହିବ। ଆୟବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିପାରେ। ବ୍ୟବସାୟ ଲାଭଦାୟକ ହେବ। ବିଦ୍ୟାର୍ଥୀ ସୁଖୀ ହେବେ। କନ୍ୟା : କାର୍ଯ୍ୟକ୍ଷେତ୍ର ଉତ୍ସାହଜନକ ହେବ। ବିଭିନ୍ନ ସୂତ୍ରରୁ ସାହାଯ୍ୟ, ସହଯୋଗ ମିଳିବ। ଆୟ ବୃଦ୍ଧି ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ଚାକିରି କ୍ଷେତ୍ରରେ ଆଶା ପୂରଣ ହେବ। ବିଦ୍ୟାର୍ଥୀ ମନୋଯୋଗୀ ହେବେ। Related Posts ବେଆଇନ ଖନନ; ସୁନା ଖଣିରେ ଖାଦ୍ୟ,ପାଣି ବିନା… Jan 14, 2025 ଏଲଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୬… Jan 14, 2025 ତୁଳା : କାର୍ଯ୍ୟ ସହଜ, ସୁଗମ ହେବ। ଦୃଢ଼ ମନୋବଳ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ରୋଜଗାର ବୃଦ୍ଧି ହେବ। ଚାକିରିରେ ମନ ପ୍ରସନ୍ନ ରହିବ ବା ବନ୍ଧୁ ବିରୋଧୀ ଘଟିପାରେ। ପୂର୍ବାହ୍ଣରେ ସତର୍କରେ ଚଳିବେ। ବିଛା : ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟରେ ଢେର ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ଚାପ ଅଧିକ ହେଲେ ବି ସନ୍ତୁଷ୍ଟ ହେବେ। ବିଦ୍ୟାର୍ଥ ସ୍ବେଚ୍ଛାସେବୀ ହେବେ। ଧନୁ : ମନ ପ୍ରଫୁଲ୍ଲ ରହିବ। ଭ୍ରମଣ ଯୋଗ ଅଛି। ସୁସ୍ଥ ଓ ନିରାମୟ ରହିବେ। ଆୟ ସୀମିତ ହୋଇପାରେ। ଚାକିରି କ୍ଷେତ୍ରରେ ସହଯୋଗ ମିଳିବ। କର୍ମତତ୍ପର ହେତୁ ଶତ୍ରୁ ପଛଘୁଞ୍ଚା ହେବ। ବିଦ୍ୟାର୍ଥୀ ଆଗକୁ ବଢ଼ିବେ। ମକର : ରୋଜଗାର ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ରହିବେ। ଅଧ୍ୟାପନା ପ୍ରସ୍ତୁତି ସ୍ବରୂପ ପଢ଼ାପଢ଼ିରେ ମନ ଦେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ଦେବ। ବିଦ୍ୟାର୍ଥୀଙ୍କର ଶୁଭଫଳ ମିଳିବ। କୁମ୍ଭ : ସୁସ୍ଥ ଓ ନିରାମୟ ରହିବେ। ଆୟ ମଧ୍ୟମ ଧରଣର ହେବ। ଚାକିରି କ୍ଷେତ୍ରରେ ଉଚ୍ଚ ସମ୍ମାନ ଲାଭ କରିବେ। କାର୍ଯ୍ୟକ୍ଷେତ୍ରରେ ଅସାଧ୍ୟ ସାଧନ କରିପାରନ୍ତି। ଧର୍ମଧାରଣାରେ ବ୍ରତୀ ହେବେ। ବିଦ୍ୟାର୍ଥୀ ଖୁସି ହେବେ। ମୀନ : କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ବରେ। ସୁସ୍ଥ ରହିବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଆୟ ସ୍ବଳ୍ପ ପରିମାଣର ହେବ। ଚାକିରିରେ ସୁନାମ ଅର୍ଜନ କରିବେ। Share FacebookTwitterWhatsApp
Comments are closed.