ଗୁରୁବାର ରାଶିଫଳ (୨୩.୦୩.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By Samaja Digital (AH) Last updated Mar 23, 2023 Share ମେଷ : ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହେବା ଆଶା କରାଯାଏ। କର୍ମଚଞ୍ଚଳ ରହିବେ। ରାଜସମ୍ମାନ ଲାଭ କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ଧନ ଲାଭ ହେବ। ବୃଷ : ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ଲିପ୍ତ ହୋଇ ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ମିଥୁନ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ନୃତ୍ୟସଙ୍ଗୀତ ପ୍ରିୟ ହେବେ। ନିତ୍ୟ ଆଦାୟ ଚିନ୍ତାଯୁକ୍ତ ହୋଇପାରନ୍ତି। ସତ୍କର୍ମକାରୀ ଓ ଧର୍ମ ମାର୍ଗରେ ମନୋନିବେଶ କରିବେ। କର୍କଟ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସିଂହ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟରୁ ବିରତ ରହିବେ। ବିରୋଧୀଙ୍କ ଚାଲିଚଳନ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଅତିଥି ସତ୍କାର କରିବେ। କ୍ରୋଧହୀନ ହେବେ। କନ୍ୟା : ଆଜି ଦିନ ଭିତରେ ଯାହା ଘଟଣା ଘଟିବ ତାହା ଆପଣଙ୍କ ପାଇଁ ସୁଖବୋଧ ହେବ। କାର୍ଯ୍ୟରେ ସଫଳତା ମିଳିବ। ରୁଚିକର ଭୋଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବେ। Related Posts ମେଡିକାଲ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଖସଡା… Jun 3, 2023 ଶ୍ରମିକଙ୍କ ପେଟରେ ଲାତ, ରାତିଅଧିଆ ମେସିନରେ… Jun 3, 2023 ତୁଳା : ଶତ୍ରୁ ବଳବାନ୍ ହେଲେ ବି ତାକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଉତ୍ତମ ବଂଶର କନ୍ୟାକୁ ବୋହୂ ରୂପେ ଗ୍ରହଣ କରିବେ। ବିଛା : ହାସଲ କରିଥିବା ବିଦ୍ୟାର ପୁନଃଭ୍ୟାସ କରିପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦିନ ଭିତରେ ଭଲ, ମନ୍ଦ ମିଶ୍ରିତ ଫଳ ପ୍ରାପ୍ତ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଧନୁ : ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମର ମୁରବି ହେବା ଆଶା କରାଯାଏ। ପରାକ୍ରମଶାଳୀ ହେବେ। ବହୁ ଜନପୋଷକ ହୋଇପାରନ୍ତି। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ ମିଳିବ। ମକର : କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସକଳ ଗୁଣର ଆଧାର ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ଲାଭବାନ୍ ହେବେ। କୁମ୍ଭ : ରାଜାତୁଲ୍ୟ ହୋଇପାରନ୍ତି। ଦେଶାଦିରେ ଆଧିପତ୍ୟ ବିସ୍ତାର କରିପାରନ୍ତି। ବହୁ ଉପାୟରେ ଉପବାସାଦି ଧର୍ମକ୍ରିୟାରେରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କ କଲ୍ୟାଣରୁ ବହୁ ଧନ ଲାଭ କରିବେ। ମୀନ : ଭଲ ଆୟ ହେବ। ବନ୍ଧୁ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ସୃଷ୍ଟି ହେବେ। Share FacebookTwitterWhatsApp
Comments are closed.