ମଙ୍ଗଳବାର ରାଶିଫଳ (୨୨.୦୮.୨୦୨୩)

ମେଷ : ସୁପୁତ୍ର ଲାଭର ସୂଚନା ମିଳୁଛି। ହୃଦୟବାନ୍‌ ବ୍ୟକ୍ତିଭାବେ ପ୍ରତିଷ୍ଠା ଲାଭ କରିବେ। ନିଜ ବୁଦ୍ଧି ବଳରେ ଜନସାଧାରଣଙ୍କୁ ଚକିତ କରିପାରନ୍ତି। ଶତ୍ରୁ ନାଶକ ହେବେ। କରଜ ଶୁଝିବେ। ସୁଖୀ ଜୀବନ ବିତାଇବେ।

ବୃଷ : ସାଧୁ ସେବାରେ ବ୍ରତୀ ହୋଇ ବହୁ ସୁଖର ଅଧିକାରୀ ହେବେ। ବହୁ ଧନ ପ୍ରାପ୍ତିର ସୂଚନା ମିଳୁଥିବାବେଳେ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପାଣ୍ଡିତ୍ୟ ଅର୍ଜନ କରିବେ। ପରୋପକାର କରି ସୁନାମ ଅର୍ଜନ କରିବେ।

ମିଥୁନ : ପରାକ୍ରମୀ ହେବେ। କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିପାରନ୍ତି। ସାହସୀ ହେବେ। କୁଶଳୀ ହୋଇପାରନ୍ତି। ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ବ୍ୟବସାୟରୁ ଅଧିକ ଧନ ପ୍ରାପ୍ତ ହୋଇପାରନ୍ତି।

କର୍କଟ : ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଠାକୁରଙ୍କ ଦର୍ଶନ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସହାୟତା ମିଳିବ। ସତ୍‌ବକ୍ତା ଭାଗ୍ୟବାନ୍‌ ହେବେ। କୃଷି ଉତ୍ପାଦନ ଦ୍ବାରା ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

ସିଂହ : ଶାରୀରିକ ଗଠନ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ। ଶାନ୍ତ, ନିପୁଣ, ମେଧାବୀ, ଜିତେନ୍ଦ୍ରିୟ, ବିଦ୍ବାନ୍‌, ଦୟାଳୁ ସ୍ବଭାବର ହେବେ। ଶତ୍ରୁ ନାଶ ହେବ। ଧନ ଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତି ସହ ତେଜିୟାନ୍‌ ହେବେ।

କନ୍ୟା : ପରାକ୍ରମୀ ଓ ବିକ୍ରମୀ ହେବେ। ଉଚ୍ଚାସନରେ ଆସୀନ ହେବେ। ସଦାସର୍ବଦା ସତ୍‌ପଥ ଗାମୀ ଓ ସତ୍‌ ପରାୟଣ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖୀ ହେବେ।

prayash

ତୁଳା : ଈଶ୍ବର ବିଶ୍ବାସୀ ହୋଇପାରନ୍ତି। ଧନ ଲାଭକାରୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ନିତ୍ୟାନନ୍ଦଯୁକ୍ତ ହେବେ। ଗୁଣବାନ୍‌ ହେବେ। ବହୁ ବିଦ୍ୟା ପାରଙ୍ଗମ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବିଛା : ବୁଦ୍ଧି, ବିଦ୍ୟାଯୁକ୍ତ ଓ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ବହୁ ସମ୍ପଦଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ଉତ୍ତମ କଥାକାର ହେବେ। ସ୍ବଅର୍ଜିତ ଧନରେ ଯାନବାହନ ସୁଖ ଭୋଗ କରିବେ।

ଧନୁ : ଧନଶାଳୀ ଓ ପତ୍ନୀ, ପୁତ୍ରସମ୍ପନ୍ନ ହୋଇପାରନ୍ତି। ଭାଗ୍ୟବାନ୍‌ ହେବେ। ସଦାଚାରୀ ହେବେ। ଜ୍ୟୋତିଷ ପ୍ରେମୀ ହୋଇପାରନ୍ତି। ବ୍ୟବସାୟରେ ପାରଙ୍ଗମ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ପ୍ରତିଷ୍ଠିତ ହେବେ।

ମକର : ସତ୍ୟ ବକ୍ତା ହେବେ। ଅତିଥି ପରାୟଣ ହେବେ। ଆୟୁଷ୍ମାନ୍‌ ହେବେ। ବ୍ୟବସାୟରୁ ପ୍ରଚୁର ଧନ ଅର୍ଜନ କରିପାରନ୍ତି। ପ୍ରେମୀ ନ ହୋଇ କାମୀ ହୋଇପାରନ୍ତି। ଆଭିମାନୀ ହେବେ। ମାନସିକ ସ୍ତରରେ ଦୁଃଖୀ ହେବେ।

କୁମ୍ଭ : ଅବୟବ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ। ବିଦ୍ବାନ୍‌ ହେବେ। କୁଶଳୀ ବ୍ୟବସାୟୀ ହୋଇପାରନ୍ତି। କର୍ମଚଞ୍ଚଳ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ସୁଗୁଣସମ୍ପନ୍ନ ହେବେ। ଧନବାନ୍ ହୋଇ ପାରନ୍ତି। ସୁଖୀ ହେବେ।

ମୀନ : ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ବିବେକୀ ହେବେ। କଳହପ୍ରିୟ ହୋଇପାରନ୍ତି। ଆଳସ୍ୟ ପରାୟଣ, ରୋଗୀ, ଅଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।

Comments are closed.