ଗୁରୁବାର ରାଶିଫଳ (୨୦/୧୦/୨୦୨୨)

ମେଷ : ଆଶା ଫଳବତୀ ହେବ। ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଚାରାରୋପଣ ପ୍ରତି ଧ୍ୟାନ ଦେବେ। ଈପ୍‌ସିତ ଅର୍ଥ ପ୍ରାପ୍ତ ହେବେ।

ବୃଷ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପରୋପକାର କରି ଉଚ୍ଚ ସମ୍ମାନ ପ୍ରାପ୍ତ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରି ବିଜ୍ଞତାର ପରିଚାୟକ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ମିଥୁନ : ଭାଗ୍ୟଦେବୀ ପ୍ରସନ୍ନ ଅଛନ୍ତି। ଦୃଢ଼ ମନୋବଳ ନେଇ ଅସାଧ୍ୟ ସାଧନ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ। ଜୀବନ ସମର୍ପିତ ହେବ।

କର୍କଟ : ଉପାର୍ଜନ ଆଶାନୁରୂପ ହେବ। କୃଚ୍ଛ୍ର ସାଧନା ବଳରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ। ପ୍ରବଳ ଉଦ୍ୟମ ଚଳାଇ କେତେକ ଅସମାହିତ ସମସ୍ୟାର ସୁସମାଧାନ କରିପାରନ୍ତି। ମିଷ୍ଟାନ୍ନ ଦ୍ରବ୍ୟ ଖାଇ ଖୁଆଇ ସନ୍ତୁଷ୍ଟ ହେବେ।

ସିଂହ : ଆହ୍ବାନଗୁଡ଼ିକୁ ଉଲ୍ଲାସର ଶିଡ଼ି କରିପାରନ୍ତି। ସାମୟିକ ଭାବେ ଏକାନ୍ତରେ ମୌନ ରହି ତପ ସାଧନାରେ ନିମଗ୍ନ ହୋଇପାରନ୍ତି। ଖୋଲା ହାତରେ ପିଲାଙ୍କ ପାଇଁ ଉପାଦେୟ ଦ୍ରବ୍ୟ କ୍ରୟ କରିପାରନ୍ତି।

କନ୍ୟା : କର୍ମଚଞ୍ଚଳ ରହିବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ। ବିଭାଗୀୟ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଭକ୍ତି, ରସ, ପ୍ରେମ ଓ ସ୍ନେହ ଶ୍ରଦ୍ଧାର ମୂର୍ତ୍ତିମନ୍ତ ପ୍ରତୀକ ହେବେ।

prayash

ତୁଳା : ଜ୍ଞାନର ପ୍ରଦୀପ ଜଳାଇ ନିଜର ସହଯୋଗୀଙ୍କ ଚଲାପଥକୁ ଉଳମୟ କରିପାରନ୍ତି। ବ୍ୟବହାର ଭଦ୍ରୋଚିତ ହେବ। ସରକାରଙ୍କ କୃପାପାତ୍ର ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ବିଛା : ପ୍ରଶାସକ ଭାବେ ଆପଣଙ୍କର ଶ୍ରେଷ୍ଠ ଧର୍ମ ହେଉଛି ବିଶ୍ବାସ ଓ ବିଶ୍ବସନୀୟତା। ଏହା ନିଜର ଦୃଷ୍ଟିଭଙ୍ଗୀ ଓ ଆଚରଣ ଦ୍ବାରା ହାସଲ କରିପାରନ୍ତି। ଅଦ୍ଭୁତ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବ​‌େ​‌କୟା ପ୍ରାପ୍ୟ ମିଳିପାରେ।

ଧନୁ : ସାଧନା ପ୍ରାଣବାନ୍‌ ହୋଇପାରେ। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ମାନସିକ ସଂଘାତ ଅନୁଭବ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ। ଏଥିରୁ ବିରତ ନ ହେବା ଭଲ।

ମକର : ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ପରିବାର ରୂପୀ ସଂସ୍କାରଶାଳାକୁ ପ୍ରାଧାନ୍ୟ ଦେଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟ ଲାଭଜନକ ହେବ।

କୁମ୍ଭ : ସମସ୍ତଙ୍କ ପ୍ରତି କୋମଳ ମନୋଭାବର ହୋଇପାରନ୍ତି। ଜେତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଅନୁଗତ ଓ ସମର୍ଥକଙ୍କ ମଧ୍ୟରେ ଜ୍ଞାନର ଆଲୋକ ସୃଷ୍ଟିକରି ସଦାଚାରର ସୌରଭ ବୁଣିପାରନ୍ତି।

ମୀନ : ପୁସ୍ତକାଚାର୍ଯ୍ୟଭାବେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ପୁଷ୍ପ ଧନୁ ଧରି କମଳ ଦେଶ ରାଜକୁମାର ସାଜିପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ।

kalyan agarbati

Comments are closed.