www.samajalive.in
Monday, December 15, 2025
27.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୯.୦୯.୨୦୨୩)

ମେଷ : ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟ ଲାଭପ୍ରଦ ହେବ।

ବୃ​ଷ :​‌  ଭ୍ରାତୃତ୍ବ ବନ୍ଧନ ନିବିଡ଼ତର ହେବା ଆଶାକୁ ଜୀବନର ଆଧାର କରିପାରନ୍ତି। ବୀର୍ଯ୍ୟବାନ୍‌ ଓ ଶତ୍ରୁହନ୍ତା ହେବେ। ବ୍ୟୟକୁ ସୀମିତ କରିପାରନ୍ତି। ସରକାରୀ ସେବକ ହେଲେ ବି ଜନତାଙ୍କ କଲ୍ୟାଣ ମିଳିବ।

ମିଥୁନ : ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଉପନିଷଦର ହେୟକୁ ପରିତ୍ୟାଗ କରି ଜ୍ଞେୟ ଓ ଉପାଦେୟକୁ ଗ୍ରହଣ କରିପାରନ୍ତି।

କର୍କଟ : ସାରସ୍ବତ୍ବ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। ଭକ୍ତିଭାବରେ ତଲ୍ଲୀନ ହେବେ। ଧର୍ମୀୟ ବିଚାରରେ ଉଦାର ସ୍ବଭାବସମ୍ପନ୍ନ ହେବେ। କୃଷି ବିଜ୍ଞାନୀ ଭାବେ କୃଷକଙ୍କୁ ଦିଗ୍‌ଦର୍ଶନ ଦେବେ।

ସିଂହ : ଈଶ୍ବର ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରି କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଦିବ୍ୟ ପ୍ରେରଣା ଆପଣଙ୍କୁ ଅଗ୍ରଗାମୀ କରିପାରେ। ତ୍ୟାଗ ରୂପକ ଜୀବନ ଶୋଧନର ରାଜମାର୍ଗକୁ ଆଦରି ନେଇପାରନ୍ତି।

କନ୍ୟା : ଧନବାନ୍‌ ହେବେ; ମାତ୍ର ଧନାଗମ ହେବାର ଆଶା ନିରାଶାରେ ପରିଣତ ହୋଇପାରେ। ଶୂନ୍ୟ ପ୍ରଭୁଙ୍କ କୃପାରେ ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଜ୍ଞାନ ଗରିମାଯୁକ୍ତ ହେବେ।

ତୁଳା : ଶ୍ରୀଚନ୍ଦ୍ର ଭୋଗ ହେତୁ ଐଶ୍ବର୍ଯ୍ୟଯୁକ୍ତ ହେବେ। ଅତ୍ୟଧିକ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ମନରେ ଲଗାମ୍‌ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ଲୋକଙ୍କ ସେବା କରିପାରନ୍ତି।

ବିଛା :  ସାଧନାରେ ସିଦ୍ଧିପ୍ରାପ୍ତି ପାଇଁ ଏକାନ୍ତ ଉପାସନା ଫଳବତୀ ହେବ। ଆପଣଙ୍କ ପ୍ରତ୍ୟେକ କର୍ମ, କର୍ମଯଜ୍ଞ ବା କର୍ମଯୋଗ ଭାବେ ବିବେଚିତ ହେବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଶ୍ବାସର ପାତ୍ର ହେବେ। ନିଷ୍ଠାର ମହତ୍ବ ଅଛି।

ଧନୁ : ଅମନ ମନ୍ଦିରରେ ଥିବା ହଂସକୁ ପୋଷା ମନାଇ କର୍ମଯୋଗୀ ହୋଇପାରନ୍ତି। ମନରେ ଧ୍ୟାନର ଦୀପ ଜଳାଇ ନିଜର ଓ ସହଯାତ୍ରୀମାନଙ୍କର ଚଲାପଥକୁ ଆଲୋକିତ କରିପାରନ୍ତି। ଦୟା ଧର୍ମରେ ବିଲୀନ ହୋଇପାରନ୍ତି।

ମକର : ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ। ନିଜେ ନିଜର ଆଚରଣକୁ ସମୀକ୍ଷା କରି ଗର୍ବ ଉପୁଜିଥିବା ଅହଂଭାବକୁ ବିସର୍ଜନ କିମ୍ବା ସମର୍ପଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

କୁମ୍ଭ : ସତ୍ୟକୁ ସର୍ବୋଚ୍ଚ ଆସନ ଦେଇ ଆପଣ ସମାଜ ପାଇଁ ସ୍ବୟଂ ପ୍ରେରଣାର ଉତ୍ସ ହୋଇପାରନ୍ତି। ମନରେ ସାହସ ଓ ଆତ୍ମପ୍ରତ୍ୟେୟ ସୃଷ୍ଟି ହୋଇଥିବାରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଳ୍ପ ସମୟ ଲାଗିବ।

ମୀନ : ଆପଣ ସୁବିଧାବାଦୀମାନଙ୍କର ଚକ୍ଷୁଶୀଳ ହେଲେ ବି କ୍ରୋଧର ସ୍ଫୁଲିଙ୍ଗଠାରୁ ମନକୁ ମୁକ୍ତ ରଖିବାକୁ ପଡ଼ିବ। ପାପାଚାରୀଙ୍କ ଅନ୍ନଗ୍ରହଣ କଲେ ପ୍ରକୃତି ଓ ଆଚରଣ କଳୁଷିତ ହେବ। ସତର୍କରେ ଚଳିବାକୁ ପଡ଼ିବ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories